fbpx

୫ ମାସ ହେଲା ‘ବ୍ଲାକ୍ ଫଙ୍ଗସ୍’ରେ ଆକ୍ରାନ୍ତ ହେଲେଣି ଯୁବକ: ସର୍ଜରୀରେ ଖର୍ଚ୍ଚ ହେଲାଣି ୪୧ ଲକ୍ଷ, ବିକି ସାରିଲେଣି ଘରଦ୍ୱାର

Advertisement

ନୂଆଦିଲ୍ଲୀ: ‘ବ୍ଲାକ୍ ଫଙ୍ଗସ୍’ ଯେ କେତେ ଭୟଙ୍କର ତାହାର ଏକ ଉଦାହରଣ ସାମନାକୁ ଆସିଛି । ବିମଲ ନାମକ ଜଣେ ଯୁବକ କରୋନାକୁ ମାତ୍ ଦେଇଥିଲେ, ମାତ୍ର ୫ ମାସ ହେଲା ସେ ‘ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତ ହୋଇ ସର୍ବସ୍ୱ ହରାଇଲେଣି । ଦିନକୁ ଦିନ ଏହି ମହାମାରୀର ସଂକ୍ରମଣ ତାଙ୍କଠାରେ ବଢ଼ିବା କାରଣରୁ ସେ ଘରଦ୍ୱାର ବିକ୍ରି କରିସାରିଲଣି । ସେ ଏଥିପାଇଁ ୩୯ ଥର ଇଞ୍ଜେକସନ ନେଇସାରିଛନ୍ତି । ଏହାସହ ୬ ଥର ସର୍ଜରୀ କରିଥିବା ବେଳେ ଆଗକୁ ପୁଣି ଥରେ ସର୍ଜରୀ କରିବାକୁ ଡାକ୍ତରମାନେ ବିମଲଙ୍କୁ ପରାମର୍ଶ ଦେଇଥିବା ଜଣାପଡ଼ିଛି ।

ଗୁଜରାଟର ରାଜକୋଟରେ ରହୁଥିବା ବିମଲ ଦୋଷୀ କରୋନାକୁ ମାତ୍ ଦେଇଥିଲେ । ତା’ପରେ ସେ ‘ବ୍ଲାକ୍ ଫଙ୍ଗସରେ ସଂକ୍ରମିତ ହୋଇଥିଲେ । ବିମଲଙ୍କର ନାକରେ ‘ବ୍ଲାକ ଫଙ୍ଗସ’ ସଂକ୍ରମଣ ହୋଇଥିବା ତାଙ୍କର ପତ୍ନୀ ପ୍ରକାଶ କରିଛନ୍ତି । ସେଥିପାଇଁ ବିମଲଙ୍କର ସର୍ଜରୀ କରାଯାଇଥିଲା । ଏହାପରେ ଆଖି ଓ ନାକର ଆଖପାଖ ସ୍ଥାନରେ ସର୍ଜରୀ କରାଯାଇଥିଲେ ମଧ୍ୟ ସଂକ୍ରମଣ ମସ୍ତିଷ୍କ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ଚିକିତ୍ସା ପାଇଁ ବିମଲ ନିଜର ଘରଦ୍ୱାର ବିକ୍ରି କରିବା ସହ ୪୧ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି । ତେବେ ପୁଣି ୧୦ରୁ ୧୫ ଲକ୍ଷ ଟଙ୍କା ଚିକିତ୍ସା ପାଇଁ ଦରକାର ପଡ଼ୁଥିବା ବିମଲ କହିଛନ୍ତି ।

Get real time updates directly on you device, subscribe now.