fbpx

ଅବିଶ୍ୱାସ ହେଲେ ବି ସତ, ଜୋତା ପଲିସ୍ କରି ଯୁବକ ମାସକୁ ରୋଜଗାର କରୁଛନ୍ତି ୧୮ ଲକ୍ଷ

ଜୋତା ପଲିସ୍ କରି ଜଣେ ଯୁବକ ରୋଜଗାର କରୁଛନ୍ତି ମାସକୁ ୧୮ ଲକ୍ଷ ଟଙ୍କା । ଏକଥାଟି ଶୁଣିବାକୁ ଟିକେ ଅଡ଼ୁଆ ଲାଗିବ ନିଶ୍ଚୟ । କିନ୍ତୁ କଥାଟି ସତ । ଆମେରିକାର ମନହଟନ ସହରର ରହୁଥିବା ଡନ୍ ବାର୍ଡ ନାମକ ଜଣେ ଯୁବକ ଏପରି କିଛି କରି ଦେଖାଇଛନ୍ତି । ଜୋତା ପଲିସ କରି ମାସକୁ ୧୮ ଲକ୍ଷ ଟଙ୍କା ରୋଜଗାର କରୁଥିବା ଡନ୍ ଦାବି କରିଛନ୍ତି । ଡନ୍ ପ୍ରତିଦିନ ନିଜ ଦୋକାନ ସାମନା ଦେଇ ଯାଉଥିବା ଲୋକଙ୍କୁ ସେମାନଙ୍କର ମଇଳା ଜୋତା ବିଷୟରେ ଅବଗତ କରାଇଥାନ୍ତି । ପରେ ସେମାନେ ସମସ୍ତେ ଜନଙ୍କ ପାଖକୁ ଜୋତା ସଫା କରିବାକୁ ଆସନ୍ତି ।

ଜନ୍ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ମାଛ ଧରିବା ପାଇଁ ଯେପରି ବନଶୀ କଣ୍ଟାର ବ୍ୟବହାର କରାଯାଏ, ସେ ଅନୁରୂପ ଭାବେ ଲୋକଙ୍କୁ ସଫା ଜୋତା ପିନ୍ଧିବା ପାଇଁ ଉତ୍ସାହିତ କରିଥାନ୍ତି । ଫଳରେ ଅଧିକ ଲୋକ ତାଙ୍କ ଦୋକାନକୁ ଜୋତା ସଫା କରିବାକୁ ଆସିଥାନ୍ତି । ସେ ଜୋତା ସଫା କରି ଦୈନିକ ୬୦ ହଜାର ଟଙ୍କା ରୋଜଗାର କରୁଛନ୍ତି । ଡନ୍ ପ୍ରଥମେ ଏକ ଫଟୋ ଲ୍ୟାବରେ କାମ କରୁଥିଲେ । ମାତ୍ର ସେଥିରେ ଅଧିକ ପଇସା ନ ମିଳିବାରୁ ସେ ନିଜର ପେଶା ବଦଳାଇଥିଲେ ବୋଲି ଡନ୍ କହିଛନ୍ତି ।

Get real time updates directly on you device, subscribe now.