ସ୍ତ୍ରୀକୁ ମାରିବାକୁ ଆସି ଚାଲିଗଲା ସ୍ବାମୀର ଜୀବନ, ଶ୍ବଶୁରଙ୍କ ପାଲଟା ଆକ୍ରମଣରେ ଉଡ଼ିଗଲା ପ୍ରାଣ
ଶ୍ଵଶୁର ଘର ଲୋକଙ୍କ ଆକ୍ରମଣରେ ଚାଲିଗଲା ଜ୍ୱାଇଁର ଜୀବନ ।
ଭୁବନେଶ୍ବର: ଜଟଣୀ ଇନ୍ଫୋଭ୍ୟାଲି ଥାନା ଅନ୍ତର୍ଗତ ଗ୍ରାମଣ୍ଡିହ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ସ୍ତ୍ରୀକୁ ମାରିବାକୁ ଆସିଥିବା ବେଳେ ଚାଲିଗଲା ସ୍ବାମୀର ଜୀବନ ।
ଧାରୁଆ ଅସ୍ତ୍ରରେ ଶାଶୁ ଓ ସ୍ତ୍ରୀକୁ ଆକ୍ରମଣ କରିଥିଲା । ହେଲେ ଶ୍ୱଶୁର ଘର ଲୋକଙ୍କ ପାଲଟା ଆକ୍ରମଣ କରିଥିଲା । ଫଳରେ ଆକ୍ରମରେ ଜ୍ବାଇଁର ମୃତ୍ୟୁ ହୋଇଛି । ମୃତ ସ୍ବାମୀ ହେଲେ ଦିବାକର ବସ୍ତିଆ ।
ଲକ୍ଷ୍ମୀପ୍ରିୟା ପାରିବାରିକ କଳହ ଯୋଗୁଁ କିିଛି ବର୍ଷ ହେବ ଶାଶୁଘର ଛାଡି ବାପଘରେ ରହୁଥିଲେ । ଗତକାଲି ବିଳମ୍ବିତ ରାତିରେ ଜ୍ୱାଇଁ ଦିବାଘର ଶ୍ୱଶୁର ଘରେ ପହଞ୍ଚି ଗଣ୍ଡଗୋଳ କରିଥିଲା ।
ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀ ଲକ୍ଷ୍ମୀପ୍ରିୟାଙ୍କୁ ମାରିବାକୁ ଆକ୍ରମଣ କରିଥିଲା । ଏପିରିକି ଶାଶୁଙ୍କୁ ମଧ୍ୟ ଛାଡିନଥିଲେ । ଶାଶୁଙ୍କୁ ମଧ୍ୟ ଆକ୍ରମଣ କରିଥିଲା ।
ତେବେ ସ୍ତ୍ରୀ ଏବଂ ଝିଅକୁ ରକ୍ଷା କରିବା ପାଇଁ ବାପା ପାଲଟା ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ଜ୍ୱାଇଁକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ଇନଫୋଭ୍ୟାଲି ପୋଲିସ ଓ ଭୁବନେଶ୍ୱର ଜୋନ-୩ ଏସିପି ତାପସ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।