କାଶ୍ମୀରରେ ଆତଙ୍କବାଦୀମାନେ ସେମାନଙ୍କର ଭୟକୁ ପୁନଃଜୀବିତ କରିବାକୁ ସ୍ଥାନୀୟ ଲୋକମାନଙ୍କୁ ପୁଣି ଡରାଇବାକୁ ଚେଷ୍ଟା କଲେଣି । ବୁଧବାର କୁଲଗାମ ଜିଲ୍ଲାରେ ଆତଙ୍କାବଦୀ ଜଣେ ଯୁବକଙ୍କ ଉପରକୁ ଗୁଳି ଚଳାଇ ହତ୍ୟା କରିଛନ୍ତି । ଜିଲ୍ଲାର କିଛି ସ୍ଥାନରେ ଆତଙ୍କାବଦୀଙ୍କ ଦ୍ୱାରା ଅଣ-କାଶ୍ମୀର ଲୋକଙ୍କୁ ଘାଟି ଛାଡ଼ିବାକୁ ଧମକ ଦେଇ ପୋଷ୍ଟର ମାରିଥିଲେ । ଯେଉଁମାନେ ନଯିବେ ସେମାନଙ୍କୁ ମୃତ୍ୟୁ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଥିଲା ।
ସୁରିନ୍ଦର ସିଂ ନାମକ ଜଣେ ଯୁବକଙ୍କୁ ଆତଙ୍କାବଦୀ ଗୁଳି ମାରିଥିଲେ । ଏହା ପରେ ତାଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସୁରିନ୍ଦର ସିଂ କୁଲଗାମର କାକରାନ୍ ଅଞ୍ଚଳର ବାସିନ୍ଦା। ଏହି ଘଟଣା ପରେ ଆତଙ୍କୀକୁ ଧରିବା ପାଇଁ ସେନା ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ସମ୍ପୁର୍ଣ୍ଣ କଡର୍ନ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି ।