fbpx

୧୫୦ ଟଙ୍କା ପାଇଁ ସାଙ୍ଗର ହତ୍ୟା, ପିଟି ପିଟି ନେଲା ଜୀବନ

ନୂଆଦିଲ୍ଲୀ: ସାଙ୍ଗ ପାଇଁ ଅନ୍ୟ ସାଙ୍ଗ ଜୀବନ ଦେଉଥିବା ଘଟଣା ତ ଆପଣ ଶୁଣିଥିବେ । କିନ୍ତୁ ଫରିଦାବାଦ ମାତ୍ର ୧୫୦ ଟଙ୍କା ପାଇଁ ସାଙ୍ଗ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ପୋଲିସ ଏହି ଘଟଣାର ୪୮ ଘଣ୍ଟା ମଧ୍ୟରେ ମାମଲାର ଖୁଲାସା କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ଯୋଗେନ୍ଦ୍ର ଫରିଦାବାଦର ଛାୟନ୍ସ ଥାନା ଅଞ୍ଚଳ ଗଡ଼ଖଡ଼ାର ବାସିନ୍ଦା ହୋଇଥିବା ଜଣାପଡିଛି ।

ପୋଲିସର କହିବା ମୁତାବକ, ଜାନୁଆରୀ ୩୦ ତାରିଖ ଦିନ ଏଭଳି କାଣ୍ଡ ଘଟାଇଥିଲା ଯୋଗେନ୍ଦ୍ର । ଏନେଇ ମୃତକଙ୍କ ପିତା ଥାନାରେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ୨୯ ଜାନୁଆରୀ ରାତି ପ୍ରାୟ ୮ଟା ସମୟରେ ତାଙ୍କର ୨୬ ବର୍ଷୀୟ ପୁଅ ଦିଲ୍ଲୀପ କାମରୁ ଫେରିଥିଲେ ଓ ପାଖ ଠାବାରୁ ଖାଇବା ଆଣିବା କହି ବାହାରିଥିଲେ । କିନ୍ତୁ ୩୦ ତାରିଖ ସକାଳେ ଦିଲ୍ଲୀପଙ୍କ ମୃତଦେହ ଠାବାର କିଛି ଦୂରରେ ପୋଲିସକୁ ମିଳିଥିଲା । ସମ୍ପର୍କୀୟଙ୍କ ସୂଚନା ଆଧାରରେ ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଥିଲା ପୋଲିସ ।

ଏହି ମାମଲାରେ ଗଡ଼ଖଡ଼ାର ବାସିନ୍ଦା ୨୩ ବର୍ଷୀୟ ଯୋଗେନ୍ଦ୍ରକୁ ୧ ଫେବ୍ରୁଆରୀରେ ଗିରଫ କରିଛି ପୋଲିସ । ଗିରଫ ଯୋଗେନ୍ଦ୍ରକୁ ପ୍ରାରମ୍ଭିକ ପଚରାଉଚରା ପରେ ପ୍ରକୃତ ସତ ସାମ୍ନାକୁ ଆସିଛି । ପୋଲିସର କହିବା ମୁତାବକ, ଯୋଗେନ୍ଦ୍ର ଓ ଓ ମୃତକ ଦିଲ୍ଲୀପ ଶ୍ରମିକ ଭାବେ କାମ କରୁଥିଲେ । ଦୁହେଁ ସେଦିନ ଠାବାରେ ଖାଇବାକୁ ପହଞ୍ଚିଥିଲେ । ଠାବାରେ ଯୋଗେନ୍ଦ୍ର ପେମେଣ୍ଟ କରିଥିଲା ଓ ବାକି ଥିବା ୧୫୦ ଟଙ୍କା ଦିଲ୍ଲୀପ ରଖିଦେଇଥିଲା । ସେହି ଟଙ୍କାକୁ ଫେରାଇବାକୁ କହିବାରୁ ଦୁହିଁଙ୍କ ମଧ୍ୟର ପାଟିତୁଣ୍ଡ ଆରମ୍ଭ ହୋଇଥିଲା । ଏଥିରେ ରାଗିଯାଇ ଯୋଗେନ୍ଦ୍ର ଦିଲ୍ଲୀପଙ୍କୁ ପିଟି-ପିଟି ହତ୍ୟା କରିଥିଲା ।

Get real time updates directly on you device, subscribe now.