fbpx

ମାମୁଁ, ମାମୁଁ, ମୋତେ ଆମ୍ବ ଦିଅନା ମୁଁ ଖାଇବି: ତୁ ମରିଯା, ୫ ବର୍ଷୀୟା ଭାଣିଜୀର ଗଳାକାଟି ହତ୍ୟାକଲା ନୃଶଂସ ଯୁବକ

ନୂଆଦିଲ୍ଲୀ: ଆମ ସମାଜରେ ଅନେକ ସମୟରେ ନିଜ ସମ୍ପର୍କୀୟମାନେ ମଧ୍ୟ ପର ପାଲଟି ଯାଇଥାନ୍ତି । ଏପରି କିଛି ପୁରୁଷ, ମହିଳା ଏତେ ତଳକୁ ଖସିଯାଆନ୍ତି ଯେ, ସେମାନେ ବିନା ସ୍ୱାର୍ଥରେ ନିରୀହ ଶିଶୁଙ୍କ ଜୀବନ ନେବାକୁ ପଛାନ୍ତି ନାହିଁ । ଏଭଳି ଏକ ଘଟଣା ଉତ୍ତରପ୍ରଦେଶରେ ଘଟିଯାଇଛି । ଗୋଟିଏ ୫ ବର୍ଷୀୟ ଶିଶୁ ତା’ର ମାମୁଁଙ୍କୁ ଆମ୍ବ ମାଗିବାରୁ ତା’ର ଜୀବନ ଚାଲିଯାଇଛି ।

ଘଟଣାଟି ୟୁପିର ଶାମଲୀର ଖେଡ଼ା କୁର୍ତାନ ଗ୍ରାମରେ ଘଟିଯାଇଛି । ଗ୍ରାମରେ ଉମରଦୀନ ଓ ଖୁର୍ଶିଦ ନାମକ ଦୁଇଜଣ ପଡ଼ୋଶୀ ରୁହନ୍ତି । ଅଧିକାଂଶ ସମୟରେ ଦୁଇ ପରିବାରର ସଦସ୍ୟମାନେ ପରସ୍ପରଙ୍କ ଘରକୁ ଯିବା ଆସିବା କରିଥାନ୍ତି । ତେବେ ଘଟଣା ଦିନ ଖୁର୍ଶିଦଙ୍କ କନ୍ୟା ଖୈରୁନିଶା ଉମରଦୀନଙ୍କ ଘରକୁ ଯାଇଥିଲା । ସେହି ସମୟରେ ଉମରଦୀନ ଭୋଜନ କରିବା ସହ ଆମ୍ବ ଖାଉଥିଲେ ।

ଏହାପରେ ଖୈରୁନିଶା ଉମରଦୀନଙ୍କୁ ମାମୁଁ ଆମ୍ବ ଦିଅ ବୋଲି ମାଗିଥିଲା । ଖୈରୁନିଶା ଆମ୍ବ ଖାଇବାକୁ ଜିଦ୍ଦି କରିବା ସହ ବାରମ୍ବାର ମାଗିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଉମରଦୀନ ପ୍ରଥମେ ଖୈରୁନିଶାର ମୁଣ୍ଡକୁ ଏକ ରଡ଼ରେ ଆଘାତ କରିଥିଲା । ତା’ପରେ ଏକ ଧାରୁଆ ହତିଆରରେ ତା’ର ଗଳା କାଟିଦେଇଥିଲା । ଖୈରୁନିଶାର ଜୀବନ ଚାଲିଥିବା ପରେ ଉମରଦୀନ ତାକୁ ଏକ ଅଖା ଭିତରେ ଲୁଚାଇ ଦେଇଥିଲା ।

ଅନ୍ୟପକ୍ଷରେ ଝିଅକୁ ନ ପାଇ ଖୁର୍ଶିଦ ଏଣେତେଣେ ଖୋଜିବାରେ ଲାଗିଥିଲେ । ସନ୍ଦେହ ହେବାରୁ ଖୁର୍ସିଦ ଉମରଦୀନଙ୍କ ନାମରେ ଅଭିଯୋଗ ଦାୟର କରିଥିଲେ । ପରେ ପୋଲିସ ଉମରଦୀନଙ୍କୁ ଏକ ଜଙ୍ଗଲରୁ ଗିରଫ କରିଥିଲା । ଏକ ସାମାନ୍ୟ କଥାକୁ ନେଇ ଏକ ନିରୀହ ଶିଶୁର ଜୀବନ ନେଇଥିବା ଉମରଦୀନଙ୍କୁ ସମସ୍ତେ ନିନ୍ଦା କରୁଥିବା ଦେଖାଯାଇଛି ।

Get real time updates directly on you device, subscribe now.