fbpx

(Video) ୧୦ ବର୍ଷ ତଳେ କରିଥିଲେ ପ୍ରେମ ବିବାହ : ଏବେ ସ୍ତ୍ରୀକୁ ଛାଡ଼ି ସୁନ୍ଦରୀ ଝିଆରୀ ସହ ମଉସା ଫେରାର

କେନ୍ଦ୍ରାପଡ଼ା (ଓଡ଼ିଶା ଭାସ୍କର): ପ୍ରେମ ପଡିଲେ ଲୋକମାନେ ନିଜ ସମ୍ପର୍କ ଓ ବୟସକୁ ଦେଖନ୍ତି ନାହିଁ । ଏହାର ଏକ ଜ୍ୱଳନ୍ତ ଉଦାହରଣ କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଖତିନାଶୀ ଗାଁରେ ଦେଖିବାକୁ ମିଳିଛି, ଯେଉଁଠାରେ ଜଣେ ବିବାହିତ ମଉସା ନିଜ ସ୍ତ୍ରୀକୁ ଛାଡ଼ି ଝିଆରୀ ସହ ଫେରାର ହୋଇଥିବା ଘଟଣା ସାମ୍ନାକୁ ଆସିଛି । ସ୍ୱାମୀ ଫେରାର ହୋଇଥିବା ନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ, ଖତିନାଶୀ ଗାଁର ସୁମନ ଅଧିକାରୀ କେନ୍ଦ୍ରାପଡ଼ା ଅଞ୍ଚଳର ଝୁନୁ ଅଧିକାରୀଙ୍କ ଗତ ୧୦ ବର୍ଷ ତଳେ ପ୍ରେମ ଜାଲରେ ଫସାଇ ବିବାହ କରିଥିଲେ । ସେମାନଙ୍କ ବୈବାହିକ ଜୀବନ ଭଲରେ କଟୁଥିବା ବେଳେ ସୁମନ ଗାଁରେ ଏକ ଜନସେବା କେନ୍ଦ୍ର ଖୋଲିଥିଲେ । ସେଥିରୁ ଉଭୟ ସ୍ୱାମୀ-ସ୍ତ୍ରୀ ୩ ପଇସା ରୋଜଗାର କରି ଚଳୁଥିଲେ ।

ଗ୍ରାହକ ସେବା କେନ୍ଦ୍ରରେ ସହଯୋଗ ପାଇ ଏକ ପିଲା ରଖିବାକୁ ସୁମନ କହିଥିଲେ । ଫଳରେ ସୁମନ ନିଜ ବଡ଼ ଭଉଣୀର ଭାଣିଜୀକୁ ଆଣି କାମରେ ସହାୟତା କରିବା ପାଇଁ ରଖିଥିଲେ । ଏକ ମାସ ରହିବା ପରେ ଝିଆରୀ ସହ ପିଇସାର ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ସ୍ତ୍ରୀଙ୍କ ଅନୁପସ୍ଥିତିରେ ଉଭୟଙ୍କ ଲୁଚାଛପା ପ୍ରେମ ଆଗକୁ ବଢ଼ିଥିଲା । ଝୁନୁ ଏହା ଜାଣିବା ପରେ ଝିଆରୀକୁ ତାଙ୍କ ଘରକୁ ପଠାଇଥିଲେ ।

ଏହା ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ସ୍ତ୍ରୀ ଶୋଇବା ପରେ ସୁମନ ଝିଆରୀ ସହ ମୋବାଇଲରେ କଥା ହେବା ସହ କମ୍ପୁଟର ସଜାଡିବାକୁ କହି ପୁରୀରେ ଯାଇ ରହୁଥିଲେ ।

ସୁମନ ପୁରୀରେ ରହିବା ଜାଣିବା ପରେ ଝିଆରୀର ଘର ଲୋକ ଥାନାରେ ଅଭିଯୋଗ କରିଥିଲେ । ଅନ୍ୟପଟେ ଏହି ମାମଲରେ ସୁମନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ସୁମନର ବାପା ପୁଅକୁ ବେଲରେ ଆଣିବା ପରେ ସେ କିଛି ଦିନ ଘରେ ରହିଥିଲେ । ଗତ ଏପ୍ରିଲ ମାସରେ ଝିଆରୀ ନେଇ ପୁଣି ଫେରାର ମାରିଲେ ସୁମନ । ଏପଟେ ପତ୍ନୀ ନିଜ ସ୍ୱାମୀଙ୍କୁ ଫେରାଇ ଆଣିବାକୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.