fbpx

ପ୍ରେମ ପାଇଁ ମୁମ୍ବାଇରୁ ଝାଡ଼ଖଣ୍ଡ ଆସି ହଟହଟା ହେଲେ ଯୁବତୀ: ନିର୍ଧୂମ ଛେଚିବା ସହ ଯୁବକ ଲୁଟିନେଲେ ଟଙ୍କା ଓ ଗହଣା

ମୁମ୍ବାଇ, ୧୯ା୪: ପ୍ରେମ ପାଇଁ କିଏ କେତେ କ’ଣ କରୁଛି । ତେବେ ନିଜର ପ୍ରେମକୁ ପାଇବା ପାଇଁ ଜଣେ ଯୁବତୀ ମୁମ୍ବାଇରୁ ଝାଡ଼ଖଣ୍ଡ ଆସି ହଟହଟା ହୋଇଛନ୍ତି । ଯୁବତୀଙ୍କୁ ତାଙ୍କ ପ୍ରେମିକ ମାଡ଼ ମାରିବା ସହ ଟଙ୍କା ଓ ଗହଣା ଲୁଟି ନେଇଛନ୍ତି । ବିଚାରୀ ଯୁବତୀ କାନମୁଣ୍ଡ ଆଉଁସି ଘରକୁ ଫେରିଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ତିନିବର୍ଷ ତଳୁ ଫେସବୁକରୁ ଆରମ୍ଭ ହୋଇଥିବା ପ୍ରେମକୁ ନେଇ ଯୁବତୀ ଜଣଙ୍କ ନିଜ ପ୍ରେମିକଙ୍କୁ ଦେଖା କରିବାକୁ ଝାଡ଼ଖଣ୍ଡ ଚାଲିଆସିଥିଲେ । ମାତ୍ର ପ୍ରେମିକ ଜଣକ ଜଣେ ଧୋକାବାଜ ଥିଲେ । ଯୁବକ ଜଣକ ଯୁବତୀଙ୍କୁ ମାଡ଼ ମାରି ପର୍ସରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଏହାପୂର୍ବରୁ ଯୁବତୀ ଜଣଙ୍କ ଯୁବକଙ୍କୁ ଏକ ବାଇକ୍ କିଣି ଦେଇଥିଲେ । ପୋଲିସ ଉକ୍ତ ଯୁବକଙ୍କ ଠାରୁ ଲୁଟ୍ ଅର୍ଥ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.