fbpx

ପ୍ରେମ ଜାଲରେ ଫସାଇ ଦୁଷ୍କର୍ମର କଲା ଭିଡିଓ, ଭାଇରାଲ କରିବା ବଦଳରେ ମାଗୁଛି…

ନୋଏଡା: ଆଜିକାଲି ଲୋକମାନେ ପ୍ରେମକୁ ନେଇ ବ୍ୟବସାୟ କରିବାରେ ଲାଗିଛନ୍ତି । କେଉଁଠି କିଏ ପ୍ରେମ ଜାଲରେ ଫସାଇ ଝିଅକୁ ନେଇ ବିକ୍ରି କରିଦେଉଛି ତ କିଏ ଫାଇଦା ଉଠାଇ ଛାଡିଦେଉଛି । ସେହିପରି ଏକ ଘଟଣା ନୋଏଡାର ଭଙ୍ଗେଲ ଗାଁରୁ ଆସିଛି, ଯାହାକି ମାନବିକତାର ସମସ୍ତ ସୀମା ଲଙ୍ଘିଛି । ସେଠାରେ ଜଣେ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ବଳାତ୍କାର କରିବାର ଭିଡିଓ ରେକର୍ଡିଂ କରିବା ପରେ ବ୍ଲାକମେଲ କରିଥିବା ଅଭିଯୁକ୍ତ ଯୁବକକୁ ଗିରଫ କରିଛି ପୋଲିସ ।

ପୋଲିସ ନିକଟରେ ହୋଇଥିବା ଅଭିଯୋଗରେ ପୀଡିତା କହିଛନ୍ତି ଯେ, ‘ଅଭିଯୁକ୍ତ ଯୁବକ ଜଣକ ସୋସିଆଲ ମିଡିଆରେ ଏହି ଭିଡିଓ ପୋଷ୍ଟ କରିବାର ଧମକ ଦେଉଛି ଓ ଏହା ବଦଳରେ ୫ ଲକ୍ଷ ଟଙ୍କା ଦାବି କରୁଛି ।’

ଡେପୁଟି କମିଶନର ବୃନ୍ଦା ଶୁକ୍ଲା କହିଛନ୍ତି ଯେ, ଭଙ୍ଗେଲ ଗାଁର ଜଣେ ନାବାଳିକା ସୋମବାର ରାତିରେ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିଥିଲେ । ଅଭିଯୋଗ ମୁତାବକ, ଅଭିଯୋଗ ନିଶାନ୍ତ ମିଶ୍ରଙ୍କ ସହିତ ପୀଡିତାଙ୍କ କିଛି ଦିନ ପୂର୍ବରୁ ବନ୍ଧୁତା ହୋଇଥିଲା । ଅଭିଯୁକ୍ତ ଜଣଙ୍କ ପୀଡିତାଙ୍କୁ ପ୍ରେଅ ଜାଲରେ ଫସାଇ ତାଙ୍କ ସହିତ ବଳାତ୍କାର କରିଥିଲା ଓ ଗୁପ୍ତ ଭାବରେ ଏହାର ଭିଡିଓ କରିଥିଲା । ଏବେ ଅଭିଯୁକ୍ତ ଜଣକ ସେହି ଭିଡିଓଙ୍କୁ ଇଣ୍ଟରନେଟରେ ଅପଲୋଡ କରିବାର ଧମକ ଦେଉଛି ଓ ଏହା ବଦଳରେ ୫ ଲକ୍ଷ ଟଙ୍କା ଦେବାକୁ ଦାବି କରୁଛି ।’

ପୀଡିତାଙ୍କ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହିତ ତା ପାଖରୁ ମୋବାଇଲ ଜବତ କରିଥିଲା । ଏହା ପରେ ପୋଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବା ପରେ ତାକୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତରେ ଜେଲକୁ ପଠାଯାଇଛି ।

Get real time updates directly on you device, subscribe now.