fbpx

ଅନ୍ୟର ପତ୍ନୀଙ୍କୁ ଚୋରି କରି ବିବାହ କରନ୍ତି ଏହି ଦେଶର ପୁରୁଷ, କାରଣ ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ୍

ଏ ଦୁନିଆଁରେ ପ୍ରତ୍ୟେକ ଦେଶରେ ଭିନ୍ନ ଭିନ୍ନ ପରମ୍ପରା ଓ ପ୍ରଥା ରହିଛି । ସେଥିମଧ୍ୟରୁ କିଛି ପ୍ରଥା ଜନସମାଜର ହିତ ସାଧନ କରିଥାଏ । ଆଉ କିଛି ପ୍ରଥା ଜନସମାଜର କ୍ଷତିସାଧନ କରୁଥିଲେ ମଧ୍ୟ ବହୁକାଳରୁ ପ୍ରଚଳିତ ହୋଇ ଆସିଥାଏ । ପଶ୍ଚିମ ଆଫ୍ରିକାରେ ଏପରି ଏକ ପ୍ରଥା ରହିଛି, ଯାହାକୁ ଶୁଣିବା ପରେ ଯେ କେହି ବି ତାଜୁବ୍ ହେବା ସ୍ୱାଭାବିକ । ଅନ୍ୟର ପତ୍ନୀଙ୍କୁ ଚୋରାଇ ନେଇ ବିବାହ କରିବା ଭଳି ଏକ ଭିନ୍ନ ପରମ୍ପରା ଆଫ୍ରିକାର ଜନଜାତିର ଲୋକଙ୍କ ମଧ୍ୟରେ ରହିଛି ।

ଏହି ଅଜବ ପରମ୍ପରା ହେଉଛି ଉକ୍ତ ଜନଜାତି ଲୋକଙ୍କର ପରିଚୟ । ପରମ୍ପରା ଅନୁଯାୟୀ, ଲୋକମାନେ ପ୍ରଥମ ବିବାହ ଘରଲୋକଙ୍କ ଇଚ୍ଛାରେ କରିଥାନ୍ତି । ମାତ୍ର ଦ୍ୱିତୀୟ ବିବାହ କରିବା ପାଇଁ ସେମାନେ ଅନ୍ୟର ସ୍ତ୍ରୀଙ୍କୁ ଚୋରି କରି ଆଣିଥାନ୍ତି । ଆଫ୍ରିକାରେ ଗେରେୱଲ ନାମରେ ଏକ ଉତ୍ସବର ଆୟୋଜନ କରାଯାଇଥାଏ । ଏହି ଅବସରରେ ଯୁବକମାନେ ନିଜ ଚେହେରାରେ ରଙ୍ଗ ଲଗାଇଥାନ୍ତି । ତା’ପରେ ଜଣେ ବିବାହିତା ମହିଳାଙ୍କ ଅନ୍ୱେଷଣ କରନ୍ତି ।  ଜଣେ ମହିଳା ରାଜି ହେବା ପରେ ତାଙ୍କୁ ନେଇ ଯୁବକ ଫେରାର ହୋଇଯାଆନ୍ତି । ତେବେ ଏହି କାର୍ଯ୍ୟ ବିବାହିତା ମହିଳାଙ୍କ ପତିଙ୍କ ଅଗୋଚରରେ ହୋଇଥାଏ । ଏହାପରେ ଦୁଇଜଣଙ୍କ ବିବାହ ଅନେକ ଲୋକଙ୍କ ଉପସ୍ଥିତିରେ ସମ୍ପାଦିତ ହୋଇଥାଏ । ଏହି ବିବାହକୁ ସମସ୍ତେ ପ୍ରେମ ବିବାହ ବୋଲି ସ୍ୱୀକାର କରି ନେଇଥାନ୍ତି ।

Get real time updates directly on you device, subscribe now.