ଜ୍ୱାଇଁର କାରନାମା, ଶାଶୁ, ଦୁଇ ଶଳାଙ୍କ ଉପରେ ଢ଼ାଳିଦେଲା ଏସିଡ୍‌, ଝଗଡ଼ା ସମାଧାନ କରିବାକୁ ଯାଇ…

ଝଗଡ଼ା ସମାଧାନ କରିବାକୁ ଯାଇ ହଟାହଟା ହେଲେ ଝିଅ ଘର ଲୋକ।

ଉତ୍ତରପ୍ରଦେଶ: ଝଗଡ଼ା ସମାଧାନ କରିବାକୁ ଯାଇ ହଟାହଟା ହେଲେ ଝିଅ ଘର ଲୋକ। ଜ୍ୱାଇ ମାଡ଼ ମାରିବା ସହ ଶାଶୁ, ଶଳାଙ୍କ ଦେହରେ ଢ଼ାଳି ଦେଲା ଏସିଡ୍‌।

ଉତ୍ତରପ୍ରଦେଶ ଗୋଣ୍ଡାରେ ଜ୍ୱାଇଁ ନିଜ ପରିବାର ଲୋକଙ୍କ ସହ ମିଶି ଶଶୁର ଘର ଲୋକଙ୍କୁ ମାରପିଟ୍ କରିଛି। ସେତିକିରେ ଶାନ୍ତି ହେଲାନି ମନ ଶାଶୁ ଆଉ ଶଳାଙ୍କ ଉପରେ ଏସିଡ୍ ଢ଼ାଳି ସେମାନଙ୍କୁ ଆହତ କରିଛି ଜ୍ୱାଇଁ।

ଘଟଣାରେ ପୋଲିସ, ଶାଶୁ, ଶଶୁର, ଦୁଇ ଦିଅରଙ୍କୁ ବାନ୍ଧିଛି। ଏହି ଘଟଣା ଖୋଣ୍ଡାରୀ ଥାନା ଅଞ୍ଚଳର ହନୁମାନ ମନ୍ଦିର ନିକଟରେ ଘଟିଛି। ପାରିବାରିକ ବିବାଦ ନେଇଛି ହିଂସା ରୂପ। ସ୍ୱାମୀ- ସ୍ତ୍ରୀ ମଧ୍ୟରେ ହେଉଥିବା ଝଗଡ଼ା ସମାଧାନ କରିବାକୁ ଝିଅର ପରିବାର ତା ଶାଶୁ ଘରକୁ ଆସିଥିଲେ। ହେଲେ ଝଗଡ଼ା ସମାଧାନ ହେବା ପରିବତ୍ତେ ମାମଲା ଅଧିକ ବଢ଼ି ଯାଇଥିଲା।

ସ୍ୱାମୀ ସ୍ତ୍ରୀକୁ ମାରପିଟ୍ କରୁଥିବାର କଥା ଝିଅ ଘର ଲୋକ ଜାଣିଥିଲେ। ଏହାକୁ ସମାଧାନ କରିବା ପାଇଁ ଘିଅ ଘରକୁ ଆସିଥିଲେ। ହେଲେ ଶଶୁର ଘର ଲୋକ ଲୁହା ରଡ଼ରେ ବୋହୂର ବଡ଼ ଭାଇକୁ ଆକ୍ରମଣ କରିଥିଲେ।

କଥା ଏତିକିରେ ଶାନ୍ତ ପଡ଼ିନଥିଲା ଜ୍ୱାଇଁ ନିଜ ପରିବାର ସାହାର୍ଯ୍ୟରେ ଶଶୁର ଘର ଲୋକଙ୍କ ଉପରେ ଢ଼ାଳି ଦେଇଥିଲା ଏସିଡ୍‌। ଏହି ଘଟଣାରେୁ ଝିଅ ପରିବାରର ୪ଜଣ ଗୁରୁତର ହୋଇଛନ୍ତି।

ବସ୍ତି ଜିଲ୍ଲାର ବାସିନ୍ଦା ଶିବାନୀଙ୍କର ତିନି ବର୍ଷ ପୂର୍ବେ ଖୋଡାରେ ଥାନା ଅଞ୍ଚଳର ହନୁମାନ ନଗରର ସୁନା ବ୍ୟବସାୟୀ ସଚିନଙ୍କ ସହ ବିବାହ ହୋଇଥିଲା। ରବିବାର ରାତିରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ବିବାଦ ହୋଇଥିଲା।

ଯାହାର ସୂଚନା ପାଇ ସୋମବାର ଦିନ ଶିବାନୀଙ୍କ ଭାଇ ଶୁଭମ, ବଡ଼ ଭାଇ ସୋନୁ ଏବଂ ମାଆ ଉର୍ମିଳା ଦେବୀ ପରିବାରର ଅନ୍ୟ ସଦସ୍ୟଙ୍କ ସହିତ ଶ୍ୱଶୁର ଘରେ ପହଞ୍ଚିଥିଲେ।

କୁହାଯାଉଛି ଯେ କଥାବାର୍ତ୍ତା ସମୟରେ ପରିବେଶ ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା। ଏହି ସମୟରେ ସଚିନଙ୍କ ବାପା ବିଜୟ ଏକ ଲୁହା ରଡ୍ ସାହାଯ୍ୟରେ ସୋନୁଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ।

ହଠାତ୍ ଆକ୍ରମଣରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆହତ ସୋନୁଙ୍କ ମୁଣ୍ଡରୁ ରକ୍ତ ବାହାରିବା ଆରମ୍ଭ ହୋଇଥିଲା ଏବଂ ଘଟଣାସ୍ଥଳରେ ଗଣ୍ଡଗୋଳ ହୋଇଥିଲା।

ଘଟଣାର ପ୍ରତ୍ୟକ୍ଷଦର୍ଶୀ ସୁଭମ ପୋଲିସକୁ କହିଛନ୍ତି ଯେ ବିବାଦ ବଢ଼ିବା ମାତ୍ରେ ସଚିନଙ୍କ ମା ରେଖା ଦୋକାନରେ ବ୍ୟବହୃତ ଏସିଡ୍ ତାଙ୍କ ପୁଅକୁ ଦେଇଥିଲେ। ଏହା ପରେ ସଚିନ ଶ୍ୱଶୁର ଘର ଲୋକଙ୍କ ଉପରେ ଏସିଡ୍ ଫିଙ୍ଗି ଦେଇଥିଲେ।

ଏହି ଏସିଡ୍ ଆକ୍ରମଣରେ ଶିବାନୀଙ୍କ ମା ଉର୍ମିଳା ଦେବୀ ଏବଂ ଭାଇ ସୋନୁ ଗୁରୁତର ଭାବରେ ପୋଡ଼ି ଯାଇଥିଲେ। ଯେତେବେଳେ ଶିବାନୀ ଏବଂ ଶୁଭମ ମଧ୍ୟ ଏସିଡ୍ ଆକ୍ରମଣରେ ଆହତ ହୋଇଛନ୍ତି।