fbpx

ଚାଲି ଚାଲି ଆସୁଛନ୍ତି ଛତିଶଗଡ଼ରୁ ପୁରୀ, କାରଣ ଜାଣିଲେ ଆପଣ ବି ଦେବେ ଧନ୍ୟବାଦ

ଛତିଶଗଡ଼ରୁ ପୁରୀ ଯାଏଁ ପାଦରେ ଚାଲି ଚାଲି ଯାଉଛନ୍ତି ଜଣେ ଯୁବକ । ଆପଣ ଭାବୁଥିବେ ଏହି ବ୍ୟକ୍ତିଙ୍କୁ କ’ଣ ଆବଶ୍ୟକତା ପଡ଼ିଲା ଯେ ସେପରି ନିଷ୍ପତ୍ତି ନେଇଛନ୍ତି । ପ୍ରକୃତରେ ସେ କାଳିଆକୁ ଦେଖା କରି ନିଜ ମନକଥା କହିବାକୁ ଛତିଶଗଡ଼ରୁ ଚକାନୟନକୁ ଦେଖିବା ପାଇଁ ଚାଲି ଚାଲି ଯାଉଛନ୍ତି । ଚକାନୟନକୁ ଦେଖିବେ ସବୁକଥା କହିବେ । ସେହି ଇଚ୍ଛାରେ ସେ ଚାଲିଛନ୍ତି । ଆଉ ତାଙ୍କର ଇଚ୍ଛା ଶୁଣିଲେ ଆପଣ ବି ନିଶ୍ଚୟ ତାଙ୍କୁ ଧନ୍ୟବାଦ ଦେବେ । ପ୍ରକୃତରେ ବ୍ୟକ୍ତି ଜଣକ ନିଜର ବ୍ୟକ୍ତିଗତ ମନୋସ୍କାମନା ନୁହେଁ ବରଂ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଏହି ଯାତ୍ରା କରୁଛନ୍ତି ।

ଏ ହେଉଛନ୍ତି ଛତିଶଗଡ଼ ଗରୀଆବନ୍ଧ ଜିଲ୍ଲାର କିଶନ କୁମାର ସେନ୍ । କିଶନ୍ ଜୁଲାଇ ୧ ତାରିଖରେ ରଥଯାତ୍ରା ଦିନରୁ ନିଜର ଯାତ୍ରା ଆରମ୍ଭ କରିଛନ୍ତି । ଆଉ ୬ ଶହ କିଲୋମିଟର ଏମିତି ପାଦରେ ଚାଲି ଚାଲି ମାନସିକ ପୂରା କରିବା ନିଷ୍ପତ୍ତି ନେଇଛନ୍ତି ।

ବିଶ୍ୱାସ ରହିଛି ଜଗନ୍ନାଥ ହେଉଛନ୍ତି ଲୀଳାମୟ । ତାଙ୍କ ପାଖରେ କିଛି ବି ମନାସିଲେ ସେ ଭକ୍ତଙ୍କ ଇଚ୍ଛା ପୁରା କରନ୍ତି । ତାହା ବି ପୁଣି ଓଡ଼ିଶା ଏବଂ ଛତିଶଗଡ଼ ଭିତରେ ଥିବା ସମ୍ପର୍କକୁ ଏବଂ ମହାନଦୀ ବିବାଦକୁ ଦୂର କରିବାକୁ ସେ ଯାତ୍ରା ଆରମ୍ଭ କରିଛନ୍ତି । ସେହି ଭରସାରେ ସେ ଏବେ ୬ ଶହ କିଲୋମିଟର ଯାତ୍ରାରୁ ୩୫୦ କିଲୋମିଟର ରାସ୍ତା ଅତିକ୍ରମ କରି ସେ ଆସି ବୌଦ୍ଧ ଜିଲ୍ଲାରେ ପହଞ୍ଚି ସାରିଛନ୍ତି ଏବଂ ଜୁଲାଇ ୧୧ ତାରିଖ ସୁଦ୍ଧା ସେ ପୁରୀରେ ପହଞ୍ଚିବା ପାଇଁ ଲକ୍ଷ ରଖିଥିବା କହିଛନ୍ତି । ଦେଖନ୍ତୁ ଭିଡିଓ…

 

 

Get real time updates directly on you device, subscribe now.