fbpx

ମୋଦୀଙ୍କୁ ଭେଟିବାକୁ ୮୧୫ କିଲୋମିଟର ଚାଲିଲେ ଯୁବକ

Advertisement

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାକୁ ଦୀର୍ଘ ୮୧୫ କିଲୋମିଟର ବାଟ ପାଦରେ ଚାଲି ଚାଲି ଅତିକ୍ରମ କରିଛନ୍ତି ଯୁବକ । ଶ୍ରୀନଗରର ଯୁବକ ଫହିମ ନଜୀର ଶାହ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ଏହି ଯାତ୍ରା କରିଛନ୍ତି । ୨୮ ବର୍ଷର ଏହି ମୁସଲିମ ଯୁବକ ଶ୍ରୀନଗରରୁ ଦିଲ୍ଲୀ ଆସି ପହଞ୍ଚିଛନ୍ତି । କେବଳ ଉଦ୍ଧମପୁର ରେ କିଛି ସମୟ ପାଇଁ ଅଜାନ ବେଳେ ସେ ଅଟକି ଥିଲେ । ନଚେତ ସମ୍ପୂର୍ଣ୍ଣ ରାସ୍ତାରେ କୌଣସି ଜାଗାରେ ନଅଟକି ସେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଛନ୍ତି ବୋଲି ଏକ ଜାତୀୟ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ତେବେ ଫହୀମ ଜଣେ ଇଲେକ୍ଟ୍ରିସିଆନ ଭାବେ କାମ କରନ୍ତି । ଆଉ ନିଜକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜଣେ ବଡ ଫ୍ୟାନ ବୋଲି କୁହନ୍ତି । ସେ ମୋଦୀଙ୍କ ଶାସନ ପ୍ରଣାଳୀ ଆଉ ବ୍ୟକ୍ତିଗତ ଜୀବନଚର୍ଯ୍ୟାରେ ଖୁବ ଅନୁପ୍ରାଣିତ ବୋଲି ମଧ୍ୟ କହିଛନ୍ତି । ତେଣୁ ମୋଦୀଙ୍କୁ ଭେଟିବାକୁ ଶ୍ରୀନଗରରୁ ଦିଲ୍ଲୀ ପର୍ଯ୍ୟନ୍ତ ୮୧୫ କିଲୋମିଟର ବାଟ ପାଦରେ ଚାଲି ଚାଲି ଆସି ପହଞ୍ଚିଛନ୍ତି ।

Get real time updates directly on you device, subscribe now.