ହସ୍ପିଟାଲର ମହିଳା ୱାର୍ଡ଼ରେ ପଶି ରୋଗୀଙ୍କ ଉପରେ କଲେ ପରିସ୍ରା: ଅଭିଯୁକ୍ତ ଗିରଫ

ଉତ୍ତରପ୍ରଦେଶ: ହସ୍ପିଟାଲର ମହିଳା ୱାର୍ଡ଼ରେ ପଶି ରୋଗୀଙ୍କ ଉପରେ ପରିସ୍ରା କରିବା ଅଭିଯୋଗରେ ଜଣକୁ ଗିରଫ କରିଛି ପୁଲିସ । ଘଟଣାଟି ଘଟିଛି ଉତ୍ତରପ୍ରଦେଶର ବଲିଆ ଜିଲ୍ଲା ମହିଳା ହସ୍ପିଟାଲରେ । ଅଭିଯୁକ୍ତ ଜଣକ ଗୁଡ଼ୱାର ଅଞ୍ଚଳର ବିକାଶ ସିଂ । ତେବେ ପୀଡ଼ିତା ଜଣକ ଏ ନେଇ ସୁଖପୁରା ଥାନାରେ ଅଭିଯୋଗ କରିଥିଲେ । ତାଙ୍କର ଅଭିଯୋଗ ଆଧାରରେ ପୁଲିସ ଆଜି ବିକାଶକୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ମହିଳା ଜଣଙ୍କ ସୁଖପୁରା ଅଞ୍ଚଳର ସୁମନ ଦେବୀ । ତେବେ କିଛିଦିନ ତଳେ କୌଣସି ଶାରିରୀକ ଅସୁସ୍ଥତା କାରଣରୁ ତାଙ୍କୁ ଜିଲ୍ଲା ମହିଳା ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା । ତେବେ ମଙ୍ଗଳବାର ରାତିରେ ବିକାଶ ହଠାତ ହସ୍ପିଟାଲ ଭିତରକୁ ପଶି ଆସିଥିଲା । ଏହା ପରେ ସିଧା ପୀଡ଼ିତାଙ୍କ ଖଟ ପାଖକୁ ଆସି ତାଙ୍କ ଉପରେ ପରିସ୍ରା କରିବାକୁ ଲାଗିଥିଲା । ଏପରିକି ତାଙ୍କୁ ଅପଶବ୍ଦ କହି ଗାଳିଗୁଲଜ ମଧ୍ୟ କରିଥିଲା । ତେବେ ମହିଳା ଜଣଙ୍କ ଏହାର ବିରୋଧ କରିବାରୁ ମହିଳାଙ୍କ ସହ ଜୋର ଜବରଦସ୍ତି କରିଥିବା ମଧ୍ୟ ଅଭିଯୋଗ ହୋଇଛି ।

ତେବେ ଏ ନେଇ ମହିଳା ଜଣଙ୍କ ଗତକାଲି ସୁଖପୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ପୁଲିସ ବିକାଶଙ୍କୁ ଆଜି ଗିରଫ କରିଛି । ଏ ନେଇ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ବୈଭବ ପାଣ୍ଡେ ଆଜି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.