ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅଗରାରେ ଜଣେ ଯୁବକ ଟେଷ୍ଟ ଡ୍ରାଇଭ ବାହାନାରେ ଏକ ସ୍ପୋର୍ଟସ ବାଇକ ନେଇ ଫେରାର ହୋଇଯାଇଛି। ଫେରାର ଯୁବକ ଜଣେ ଚାହା ଦୋକାନୀଙ୍କୁ ନିଜ ବାପା କରି ବାଇକ ଚୋରି କରିବାକୁ ଆସିଥିଲା। ଏହି ଆଗରା ଥିବା କମଲ ମୋଟଙସ ନାମକ ଏକ ପୁରୁଣା ବାଇକ ଶୋରୁମ ଅଛି।
୩ ନଭେମ୍ବରରେ ଶୋରୁମ ମାଲିକ ଲୋହାମଣ୍ଡି ପୋଲିସ ପାଖେ ଏହି ଅଭିଯୋଗ କରିଥିଲା। ଅଭିଯୋଗରେ କୁହାଯାଇଛି ଯେ, ସାହିଲ ନାମକ ଜଣେ ଯୁବକ ଶୋରୁମରେ ସେକେଣ୍ଡ ହ୍ୟାଣ୍ଡ ରେସିଙ୍ଗ ବାଇକ କିଣିବାକୁ ଆସିଥିଲା। ବାଇକର ମୂଲ୍ୟ ୧ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଥିଲା। ସାହିଲ ନିଜ ବାପାଙ୍କୁ ସାଙ୍ଗରେ ଆଣିବାକୁ କହି ସେଠାରୁ ଚାଲିଯାଇଥିଲା।
କିଛି ସମୟ ପରେ ଅଭିଯୁକ୍ତ ସାହିଲ ଜଣେ ବୃଦ୍ଧଙ୍କୁ ନେଇ ଶୋରୁମକୁ ଆସିଥିଲା। ଅଭିଯୁକ୍ତ କହିଥିଲା ଯେ, ଏହି ବୁଦ୍ଧ ଲୋକଟିକୁ ଶୋରୁମରେ ବସାଇ ଏବଂ ଶୋରୁମ ମାଲିକଙ୍କଠାରୁ ବାଇକ ଟେଷ୍ଟିଂ କଥା କହିଥିଲା। ଏହାପରେ ଶୋରୁମ ସଞ୍ଚାଳକ ତାଙ୍କୁ ବାଇକ ଟେଷ୍ଟିଂ ପାଇଁ ଅନୁମତି ଦେଇଥିଲେ। ଅଭିଯୁକ୍ତ ସାହିଲ ବାଇକ ନେଇ ଶୋରୁମ ବାହାରିଥିଲା। ଅଭିଯୁକ୍ତ ନେଇଥିବା ବ୍ୟକ୍ତ ସେହି ଶୋରୁମ ସଞ୍ଚାଳକଙ୍କ ସହ ବସିଥିଲେ।
ସେହି ସମୟରେ ସାହିଲ ଆଉ ଫେରିଲେ ନାହିଁ। ସେତେବେଳେ ଶୋରୁମ ସଞ୍ଚାଳକ ବୁଦ୍ଧଙ୍କଠାରୁ ସାହିଲଙ୍କ ବିଷୟରେ ଜାଣିବାକୁ ଚାହିଁଥିଲେ। ବୃଦ୍ଧା ଜଣକ କହିଥିଲେ ଯେ, ସେ ତାଙ୍କ ବାପା ନୁହଁନ୍ତି। ତାଙ୍କର ଏକ ଚାହା ଦୋକାନ ଅଛି ଏବଂ ସାହିଲ ତାଙ୍କୁ ଏକ ଜରୁରୀ କାମ ଅଛି ବୋଲି କହି ଏଠାକୁ ନେଇକି ଆସିଛି।
ଏହାପରେ ଶୋରୁମ ମାଲିକ ସେହି ଗାଡି ନମ୍ବର ଆଧାରରେ ପୋଲିସ ଷ୍ଟେସନରେ ଏତଲା ଦେଇଥିଲେ। ପୋଲିସ ଭାରତୀୟ ନ୍ୟାୟ ସଂହିତା ଧାରାମାନ ୩୦୩(୨) ଏବଂ ୩୧୮ (୪)ରେ ଏଫଆଇଆର ରୁଜ୍ଜୁ କରିଥିଲା। ପୋଲିସ ଅଭିଯୁକ୍ତଙ୍କୁ ଖୋଜିବାରେ ଲାଗିଥିଲା ଏବଂ ୬ ନଭେମ୍ବରରେ ପୋଲିସ ଅଭିଯୁକ୍ତ ସାହିଲଙ୍କୁ ଜିଆଇସି ଗ୍ରାଉଣ୍ଡରୁ ଗିରଫ କରିଥିଲା।