ନିଜ କେସ୍ ନିଜେ ଲଢ଼ିଲେ, ଜିରୋ ଆଲିମୋନିରେ ଜିତିଲେ… ଖୁସିରେ କେକ୍ କାଟିଲେ

କେକେରେ ଲେଖାଥିଲା ହାପି ଲି ଡିଭୋର୍ସ ୱିଥ୍ ଜିରୋ ଆଲିମୋନି ମେନ୍‌ଟେନାନ୍ସ।

ନୂଆଦିଲ୍ଲୀ: ଡିଭୋର୍ସ ପରେ ଖୁସି ମନାଇଲେ ବ୍ୟକ୍ତି। ଖୁସି ଥିଲେ ଜୀବନ ସାଥୀ ଠୁ ଅଲଗା ହେବାରେ। ନିଜ ଖୁସିକୁ ନିଜେ ହିଁ ଏକାରେ କଲେ ସିଲେବ୍ରେସନ। କେକ୍ କାଟି ଏହି ଖୁସିର ମଜା ଉଠାଇଛନ୍ତି ଜଣେ ବ୍ୟକ୍ତି।

ଖାଲି ଏତିକିରେ କଥା ସରିନଥିଲା ନିଜ ଡିଭୋର୍ସରେ ଖୁସି ହୋଇ କାଟିଥିବା କେକେରେ ଲେଖାଥିଲା ହାପି ଲି ଡିଭୋର୍ସ ୱିଥ୍ ଜିରୋ ଆଲିମୋନି ମେନ୍‌ଟେନାନ୍ସ। ଯାହାର ଫଟୋ ସେ ରେଡିକ୍ଟରେ ସେୟାର କରିଛନ୍ତି।

ରେଡିକ୍ଟରେ ସେୟାର କରିଥିବା ଫଟୋ କାହାଣୀ ଅନୁଯାୟୀ ବ୍ୟକ୍ତିଙ୍କ ଉପରେ ତାଙ୍କ ପତ୍ନୀ ୩ଟି ଗମ୍ଭୀର ଆରୋପ ଲଗାଇଥିଲେ। ୪୯୮ ଏ ଯୌତୁକ ପାଇଁ ନିର୍ଯାତନା, ଘରୋଇ ହିଂସା, ସିଆରପିସି ୧୨୫ ଭରଣ ପୋଷଣ ପାଇଁ ଡିଭୋର୍ସ କେସ୍‌ରେ ତାଙ୍କ ପତ୍ନୀ ଦାବି ମଧ୍ୟ କରିଥିଲେ।

ନା ସେ ତାଙ୍କ ପକ୍ଷରୁ ଲଢ଼ିବାକୁ ଓକିଲ ରଖିଥିଲେ ନା ଭୟ କରିଥିଲେ। ନିଜେ କୋର୍ଟରେ ନିଜ କେସ୍ ଲଢ଼ିଥିଲେ। ବ୍ୟକ୍ତି ଜଣଙ୍କ ଡିଭି ଏବଂ ମେନଟେନାନ୍ସ ଦୁଇଟି କେସ୍ କୁ ଖାରଜ କରିଦେଇଥିଲେ।
ପୋଷ୍ଟରେ କୁହାଯାଇଛି ପ୍ରଥମରୁ ପତ୍ନୀ ୭୦ ଲକ୍ଷ ଟଙ୍କା ଦାବି କରିଥିଲେ। ଯେତେବେଳେ ବୁଝାମଣାର କଥା ଉଠିଥିଲା ୩୦ ଲକ୍ଷକୁ ତାଙ୍କ ପତ୍ନୀ ଖସି ଆସିଥିଲେ।

ବ୍ୟକ୍ତି ଜଣଙ୍କ ନିଜ ସର୍ତ ରଖି କହିଥିଲେ କେବଳ ୧ ଲକ୍ଷ ଟଙ୍କା ମିଳିବ। ପରେ ପତ୍ନୀ ବୁଝାମଣା ରେ ଡିଭୋର୍ସ ଦେବାକୁ ରାଜି ହୋଇଥିଲେ ସେ ପୁଣି ଜିରୋ ଆଲିମୋନିରେ। ଏହି ମାମଲା ଜିତିବା ପରେ ରେଡିକ୍ଟରେ ବ୍ୟକ୍ତି ଜଣଙ୍କ ଲେଖିଥିଲେ ଦେଶରେ ଥିବା ପକ୍ଷପାତୀ ବ୍ୟବସ୍ଥା ବିରୋଧରେ ଏ ବଡ଼ ବିଜୟ।

ସେ ଲେଖିଥିଲେ ଯେ ଲୋକମାନେ ଏବେ ଏହି ବ୍ୟକ୍ତିଙ୍କ ସହିତ ଯୋଗାଯୋଗ କରିବାକୁ ଦାବି କରୁଛନ୍ତି, କିନ୍ତୁ ସେ ପରାମର୍ଶ ମଧ୍ୟ ଦେଇଛନ୍ତି… କୌଣସି ସ୍ଥିତି ପାଇଁ ଅପେକ୍ଷା କରନ୍ତୁ ନାହିଁ।

ନିଜେ ଆଇନ ଶିଖନ୍ତୁ, ଘଏଙରେ ଯୋଗଦାନ କରନ୍ତୁ ଏବଂ ସିଷ୍ଟମକୁ ବୁଝନ୍ତୁ। କିଛି ରେଡିକ୍ଟ ବ୍ୟବହାରକାରୀ ଏହି କାହାଣୀକୁ ପ୍ରେରଣାଦାୟକ ବୋଲି କହିଥିବାବେଳେ, କିଛି ଲୋକ ଭରଣପୋଷଣ ନଦେବାକୁ ‘ଗର୍ବର ବିଷୟ’ ବୋଲି ପ୍ରଶ୍ନ କରିଛନ୍ତି।

ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଶୂନ୍ୟ ଭରଣପୋଷଣ ପାଳନ କରିବା ଅଦ୍ଭୁତ।’ ଅନେକ ପୁରୁଷ ସେମାନଙ୍କର ମିଥ୍ୟା ମାମଲା ଏବଂ ବର୍ଷ ବର୍ଷର କୋର୍ଟ ଲଢ଼େଇର କାହାଣୀ ମଧ୍ୟ ସେୟାର କରିଛନ୍ତି, ଏହି ପୋଷ୍ଟକୁ ଏକ ସମର୍ଥନ ଗୋଷ୍ଠୀରେ ପରିଣତ କରିଛନ୍ତି।