fbpx

କଟକରେ ଆଉ ଜଣେ ଗୋଲ୍ଡମ୍ୟାନ୍! ମୁହଁରେ ବାନ୍ଧିଲେ ସୁନା ମାସ୍କ, ଜାଣନ୍ତୁ ଦାମ୍

ସାରା ବିଶ୍ୱ କରୋନା କବଜାରେ ଥିବା ବେଳେ ମାସ୍କର ଚାହିଦା ବଢି ବଢି ଚାଲିଛି । ମାସ୍କ ବାଧ୍ୟତାମୂଳକ ହୋଇଥିବା ବେଳେ ଲୋକମାନେ ଏହାକୁ ବି ଫ୍ୟାସନ କରିସାରିଲେଣି । କିଏ ବାହାଘରରେ ଡ୍ରେସକୁ ମ୍ୟାଚ କରି ମାସ୍କ ବାନ୍ଧିଲାଣି ତ ଆଉ କିଏ ସୁନା, ହୀରାରେ ମାସ୍କ କରି ବିକ୍ରି କଲାଣି ।

ସେହିପରି କଟକ ଜିଲ୍ଲାର କେସରପୁର ଆଲୋକ ଫର୍ଣ୍ଣିଚରର ମାଲିକ ନିଜ ମୁହଁରେ ପିନ୍ଧିବାକୁ ସୁନାର ମାସ୍କ ପ୍ରସ୍ତୁତ କରିଛନ୍ତି । ଏହି ମାସ୍କର ଓଜନ ୩ ଭରି ରହିଛି, ଯାହାର ମୂଲ୍ୟ ପାଖାପାଖୀ ଦେଢ ଲକ୍ଷ ଟଙ୍କା ହେବ । ତେବେ ସୁନା ମାସ୍କରେ ଛୋଟ ଛିଦ୍ରଟିଏ ରହିଛି, ଫଳରେ ବ୍ୟକ୍ତିଜଣଙ୍କୁ ନିଶ୍ୱାସ ନେବାରେ କିଛି ବି ଅସୁବିଧା ହେବ ନାହିଁ । ସୁନା ମାସ୍କ ଯୋଗୁଁ ବ୍ୟକ୍ତିଜଣକ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏହା ପୂର୍ବରୁ ମହାରାଷ୍ଟ୍ରରେ ଜଣେ ବ୍ୟକ୍ତି ସୁନାର ମାସ୍କ ପିନ୍ଧିଥିଲେ, ଯାହାର ଦାମ ପାଖାପାଖୀ ୩ ଲକ୍ଷ ଟଙ୍କା ଥିଲା ବୋଲି ଜଣାପଡିଥିଲା ।

Get real time updates directly on you device, subscribe now.