fbpx

ହାଇକୋର୍ଟକୁ ମାଗିଛନ୍ତି ୧୦ ଦିନର ରିମାଣ୍ଡ, ଆଜି ଦିନ ୨ଟାରେ ଅଦାଲତରେ ହାଜର ହେବେ ମନୀଷ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଆଜି ଶୁଣାଣି ହେବ। ଇଡି ମନୀଷ ସିସୋଦିଆଙ୍କୁ ୧୦ ଦିନର ରିମାଣ୍ଡରେ ନେଇଛି। ଜେଲ କର୍ତ୍ତୃପକ୍ଷଙ୍କୁ ସିସୋଦିଆଙ୍କ ପ୍ରଡକ୍ସନ ୱାରେଣ୍ଟ ଜାରି କରାଯାଇଛି। ମନୀଷ ସିସୋଦିଆଙ୍କୁ ଦିନ ୨ ଟାରେ ରାଉସ୍ ଆଭେନ୍ୟୁ କୋର୍ଟରେ ଉପସ୍ଥାପନ କରାଯିବ। ଇଡି କୋର୍ଟଙ୍କୁ କହିଛନ୍ତି ଯେ, ସିସୋଦିଆଙ୍କୁ ଗିରଫ ହେବାର କାରଣ କୁହାଯାଇଛି। ସିସୋଦିଆଙ୍କୁ ପଚରାଉଚରା ବେଳେ ସିସିଟିଭି ଫୁଟେଜ ରେକର୍ଡ କରାଯାଇଛି। ରାଉସ୍ ଏବେନ୍ୟୁ କୋର୍ଟ ଇଡିକୁ ସିସୋଦିଆଙ୍କ ପ୍ରଡକ୍ସନର ଅନୁମତି ଦେଇଛନ୍ତି ।

ସିସୋଦିଆଙ୍କୁ ସିବିଆଇ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ କରିଛି । ଆଜି ତାଙ୍କର ବାହାରକୁ ବାହାରିବାର ସମ୍ଭାବନା ଥିଲା ହେଲେ ଜାମିନ ଶୁଣାଣି ପୂର୍ବରୁ ତାଙ୍କୁ ଗୁରୁବାର ଦିନ ଇଡି ଗିରଫ କରିନେଇଛି । ମନୀଷ ସିସୋଦିଆ ୨୬ ଫେବୃଆରୀ ଦିନ ଜାଂଚ ପ୍ରକ୍ରିୟାରେ ସିବିଆଇକୁ ସାହାଯ୍ୟ କରିନଥିଲେ । ଏହାପରେ ସିବିଆଇ ବହୁ ସମୟ ଧରି ତାଙ୍କୁ ପଚରାଉଚରା କରିବା ପରେ ଗିରଫ କରିଥିଲା ।

ଅନ୍ୟପକ୍ଷରେ ଗୁରୁବାର ଦିନ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି, ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଟଙ୍କା ହେରଫେର ମାମଲାରେ ତିହାର ଜେଲ ନମ୍ବର ୧ ରେ ସିସୋଡିଆକୁ ଗିରଫ କରିଛି। ଏକ୍ସାଇଜ୍ ମାମଲାରେ ଇଡି ଏପର୍ଯ୍ୟନ୍ତ ୧୨ ଜଣଙ୍କୁ ଗିରଫ କରିଛି। ସିସୋଦିଆଙ୍କ ବିବୃତ୍ତି ଉପରେ ଆଧାର କରି ଇଡି ତାଙ୍କୁ ଦୁଇଥର ପଚରାଉଚରା କରିବା ପରେ ଗିରଫ କରିଥିଲା।ଇଡି ସୂତ୍ର ଅନୁଯାୟୀ, ମନୀଷ ସିସୋଦିଆଙ୍କୁ ପଚରାଉଚରା ବେଳେ ଏକ୍ସାଇଜ୍ ମାମଲାରେ କେସିଆରଙ୍କ ଝିଅଙ୍କ ଭୂମିକା ଏବଂ ୧୦୦ କୋଟି ଟଙ୍କା ଉପରେ ପ୍ରଶ୍ନ ଉଠିଥିଲା ​​ଏବଂ ଅନେକ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ନ ଦେଇ ସିସୋଦିଆଙ୍କୁ ଗିରଫ କରାଯାଇଥିଲା।

Get real time updates directly on you device, subscribe now.