fbpx

ମୋଦୀଙ୍କୁ ମନମୋହନଙ୍କ ଚିଠି, ପଢନ୍ତୁ ପୁରା ଖବର

ନୂଆଦିଲ୍ଲୀ, ୧୮ା୪ (ଓଡିଶା ଭାସ୍କର) : ବିଶ୍ୱରେ କରୋନା ମହାମାରୀ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ ରୋକ୍ ଲଗାଯାଇପାରୁନି । ତେଣୁ ପୂର୍ବତନ ପ୍ରଧାନ ମନ୍ତ୍ରୀ ମନମୋହନ ସିଂ ମଧ୍ୟ ଦେଶରେ କରୋନା ମହାମାରୀର ଅବସ୍ଥା ଏଭଳି ପରିସ୍ଥିତିର ସମୀକ୍ଷା କରି ଚିନ୍ତା ପ୍ରକଟ କରିଛନ୍ତି । ଏହା ସହିତ ସେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଏକ ଚିଠି ଲେଖିଛନ୍ତି । ଏଥିରେ ସେ କରୋନା ସହିତ ଲଢ଼ିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ କରୋନା ସହ ମୁକାବିଲା କରିବା ପାଇଁ ଦେଶରେ କରୋନା ଟୀକାକରଣ ବୃଦ୍ଧି କରିବାର ଆବଶ୍ୟକତା ରହିଛି ।

ଏହି ଚିଠିରେ ଡକ୍ଟର ମନମୋହନ ସିଂ ପ୍ରଧାନ ମନ୍ତ୍ରୀ ମୋଦୀଙ୍କୁ ଲେଖିଛନ୍ତି ଯେ, ଆସନ୍ତା ଛଅ ମାସ ପାଇଁ ଟିକା ଉତ୍ପାଦନକାରୀ କମ୍ପାନୀକୁ କେତେ ଅର୍ଡର ଦିଆଯାଇଛି । ତାଙ୍କ କହିବାର ଅର୍ଥ ହେଉଛି ଯଦି ଆମେ ଆଗାମୀ ଛଅ ମାସ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ଲୋକଙ୍କୁ ଟିକାକରଣ କରିବୁ । ତେବେ ଆମକୁ ଯଥେଷ୍ଟ ମାତ୍ରାରେ ଟିକା ଅର୍ଡର କରିବାକୁ ପଡିବ । ଯାହାଫଳରେ ସେମାନେ ଆମ ପାଇଁ ଠିକ ସମୟରେ ଟିକା ଉପଲବ୍ଧ କରାଇପାରିବେ । ଏଥିସହିତ ସରକାର ପ୍ରକାଶ କରିବା ଉଚିତ୍ ଯେ, କରୋନା ଟିକାର ରାଜ୍ୟମାନଙ୍କୁ କେତେ ମାତ୍ରାରେ ସ୍ୱଚ୍ଛ ବଣ୍ଟନ କରାଯିବ ।

ମନମୋହନ ସିଂ ଆହୁରି ମଧ୍ୟ କହିଛନ୍ତି ଯେ, କେତେ ଲୋକଙ୍କୁ ଟୀକାକରଣ କରାଯାଇଛି ତାହା ଦେଖିବା ପରିବର୍ତ୍ତେ କେତେ ପ୍ରତିଶତ ଜନସଂଖ୍ୟା ଟୀକାକରଣ କରାଯାଇଛି ସେଥିପ୍ରତି ଧ୍ୟାନ ଦେବା ଉଚିତ୍ । ସେ କହିଛନ୍ତି ଯେ ସରକାରଙ୍କୁ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ବର୍ଗ ଠିକ୍ କରିବାକୁ ସରକାର ଅନୁମତି ଦିଆଯାଉ । ଯାହାଦ୍ୱାରା ଅତ୍ୟାବଶ୍ୟକ ସେବାରେ ନିୟୋଜିତ ସେହି ଫ୍ରଣ୍ଟଲାଇନ କର୍ମଚାରୀମାନଙ୍କୁ ମଧ୍ୟ ଟୀକାକରଣ କରାଯାଇପାରିବ । ଯେଉଁମାନେ ୪୫ ବର୍ଷରୁ କମ୍ ଓ ରାଜ୍ୟ ସରକାରଙ୍କ ଦ୍ୱାରା ଫ୍ରଣ୍ଟଲାଇନ କର୍ମଚାରୀଙ୍କ ବର୍ଗରେ ସ୍ଥାନିତ ହୋଇଛନ୍ତି ସେମାନଙ୍କ ଟିକାକରଣ ପ୍ରତି ମଧ୍ୟ ଗୁରୁତ୍ୱାରୋପ କରିବାକୁ ପଡିବ ।

 

ଭାରତ ବିଶ୍ୱର ସବୁଠାରୁ ବଡ ଟିକା ଉତ୍ପାଦନକାରୀ ଭାବରେ ଉଭା ହୋଇଛି । ମୁଁ ଏହାକୁ ପ୍ରଶଂସା କରିବି ଟିକା ଉତ୍ପାଦନକାରୀ କମ୍ପାନୀମାନଙ୍କୁ ସରକାର ଆବଶ୍ୟକ ପାଣ୍ଠି ଓ ଅନ୍ୟାନ୍ୟ ସହାୟତା ଯୋଗାଇବା ଉଚିତ୍ ଯାହାଦ୍ୱାରା ଟିକା ଉତ୍ପାଦନ ବହୁ ସଂଖ୍ୟାରେ ଚାଲିବ । ସେ କହିଛନ୍ତି ଯେ ଏହି ସମୟରେ ଆଇନ ଆବଶ୍ୟକୀୟ ଲାଇସେନ୍ସ ବ୍ୟବସ୍ଥା ଆଣିବା ଉଚିତ ଯାହା ଦ୍ୱାରା ଅଧିକରୁ ଅଧିକ କମ୍ପାନୀ ଲାଇସେନ୍ସ ଅଧୀନରେ ଟିକା ଉତ୍ପାଦନ କରିପାରିବେ ବୋଲି ସେ ଚିଠିରେ କହିଛନ୍ତି ।

ମନମୋହନ ସିଂ ଶେଷ ପରାମର୍ଶରେ କହିଛନ୍ତି, “ବର୍ତ୍ତମାନ ଦେଶରେ ଟିକା ଯୋଗାଣ ସୀମିତ ଅଛି । ଏପରି ପରିସ୍ଥିତିରେ ଯଦି କୌଣସି ଟିକା ବିଶ୍ୱର କୌଣସି ନିର୍ଭରଯୋଗ୍ୟ ପ୍ରାଧିକରଣ ଦ୍ୱାରା ଅନୁମୋଦିତ ହୁଏ । ତେବେ ଆମେ ମଧ୍ୟ ଏହାକୁ ଆମଦାନୀ କରିବା ଉଚିତ୍ । ଭାରତରେ ବିନା ପରୀକ୍ଷଣରେ ଆମେ ଏହା କରିପାରିବା । ଏହି ସମୟରେ ଭାରତରେ ଜରୁରୀକାଳୀନ ପରିସ୍ଥିତି ଦେଖାଦେଇଛି ” ।

 

Get real time updates directly on you device, subscribe now.