fbpx

‘ମୌସୁମୀ’ ଆସିବାରେ ହେବ ବିଳମ୍ବ, ୩ରେ ଛୁଇଁପାରେ କେରଳ

Advertisement

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶକୁ ମୌସୁମୀ ବାୟୁ ଆସିବାରେ ବିଳମ୍ବ ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ କେରଳରେ ଜୁନ୍ ୩ ବେଳକୁ ମୌସୁମୀ ପହଞ୍ଚିବାର ଆଶଙ୍କା କରାଯାଉଛି । ହେଲେ ଏହା ପୂର୍ବରୁ ୩୧ମେକୁ ମୌସୁମୀ କେରଳ ପହଞ୍ଚିବା ନେଇ ଆଇଏମଡି ପକ୍ଷରୁ ସୂଚନା ମିଳିଥିଲା । ପାଣିପାଗ କେନ୍ଦ୍ରର ସୂଚନାନୁସାରେ ଜୁନ୍ ୧ରେ ଦକ୍ଷିଣ-ପଶ୍ଚିମ ପଟୁ ଜୋରରେ ପବନ ବହିପାରେ । ଯାହାଫଳରେ କେରଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଧିକ ରହିବ । ପାଖାପାଖି ଜୁନ୍ ୩ ବେଳକୁ କେରଳରେ ମୌସୁମୀ ପହଞ୍ôଚବା ନେଇ ଆଶା କରାଯାଉଛି ।

ୟୁପି- ବିହାରରେ କେବେ ପହଞ୍ଚିବ ମୌସୁମୀ:

କେରଳରେ ପହଞ୍ଚିବା ପରେ ଏହା ଧୀରେ ଧୀରେ ଉତ୍ତର-ଭାରତ ଆଡ଼କୁ ଗତି କରିବ । ପ୍ରାୟ ଜୁନ୍ ୧୨-୧୩ ବେଳକୁ ଏହା ବିହାର ଛୁଇଁବା ନେଇ ଆକଳନ କରାଯାଉଛି । ସାଧାରଣତଃ ବିହାରରେ ଜୁନ୍ ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ମୌସୁମୀ ବର୍ଷା ହେଉଥିବାବେଳେ ଚଳିତ ବର୍ଷ ସାମାନ୍ୟରୁ ଅଧିକ ହେବାର ଆଶା କରାଯାଉଛି। ଏଥର ଉତ୍ତର-ପ୍ରଦେଶରେ ପାଖାପଖି ଜୁନ୍ ୨୦ ବେଳକୁ ମୌସୁମୀ ବାୟୁ ଛୁଇଁବ । ଜୁନ୍ ତୃତୀୟ ସପ୍ତାହ ପରେ ଉତ୍ତରପ୍ରଦେଶର ସମସ୍ତ ଜିଲ୍ଲାରେ ବର୍ଷା ହେବ । ଚଳିତ ବର୍ଷ ସେଠାରେ ଅତ୍ୟଧିକ ବର୍ଷା ହେବା ନେଇ ଅନୁମାନ କରାଯାଉଛି ।

ଦିଲ୍ଲୀରେ କେବେ ପହଞ୍ଚିବ ମୌସୁମୀ:

ସେହିପରି ଚଳିତ ବର୍ଷ ଦିଲ୍ଲୀରେ ସେପ୍ଟେମ୍ବର ବେଳକୁ ଅଧିକ ବର୍ଷା ହେବ । ଏଥର ଜୁନ୍ ଶେଷ ବେଳକୁ ଦିଲ୍ଲୀରେ ପହଞ୍ôଚବ ମୌସୁମୀ ବାୟୁ । ପୂର୍ବବର୍ଷ ତୁଳନାରେ ଏଥର ଦିଲ୍ଲୀରେ ୧୦ରୁ ୧୫ ପ୍ରତିଶତ କମ୍ ବର୍ଷା ହେବା ନେଇ ଅନୁମାନ କରାଯାଉଛି । ପୂର୍ବବର୍ଷ ୩୦ ସେପ୍ଟେମ୍ବରକୁ ଦିଲ୍ଲୀରେ ପହଞ୍ôଚଥିବାବେଳେ ୨୦ ପ୍ରତିଶତ କମ୍ ବର୍ଷା ହୋଇଥିଲା ।

Get real time updates directly on you device, subscribe now.