ଅସ୍ତ୍ରଶସ୍ତ୍ର ଛାଡ଼ି ଛତ୍ରଭଙ୍ଗ ଦେଲେ ମାଓବାଦୀ, ବିପୁଳ ପରିମାଣର ବିସ୍ଫୋରକ ସହ ମାଓ ସାମଗ୍ରୀ ଜବତ

ଏନକାଉଣ୍ଟର ବେଳେ ବଙ୍ଗାରାମ ତିରିଲପୋଷି ଜଙ୍ଗଲରେ ମାଓବାଦୀ ଛତ୍ରଭଙ୍ଗ ଦେଇଛନ୍ତି । ଫଳରେ ସୁରକ୍ଷାକର୍ମୀଙ୍କ ଦ୍ବାରା ବିପୁଳ ପରିମାଣର ବିସ୍ଫୋରକ ସହ ମାଓ ସାମଗ୍ରୀ ଜବତ କରାଯାଇଛି ।

ଝାଡ଼ଖଣ୍ଡ: ଅସ୍ତ୍ରଶସ୍ତ୍ର ଛାଡ଼ି ଛତ୍ରଭଙ୍ଗ ଦେଲେ ମାଓବାଦୀ । ଏନକାଉଣ୍ଟର ବେଳେ ବଙ୍ଗାରାମ ତିରିଲପୋଷି ଜଙ୍ଗଲରେ ମାଓବାଦୀ ଛତ୍ରଭଙ୍ଗ ଦେଇଛନ୍ତି । ଫଳରେ ସୁରକ୍ଷାକର୍ମୀଙ୍କ ଦ୍ବାରା ବିପୁଳ ପରିମାଣର ବିସ୍ଫୋରକ ସହ ମାଓ ସାମଗ୍ରୀ ଜବତ କରାଯାଇଛି । ଏପଟେ ସର୍ଚ୍ଚ ଅପରେସନ ଜାରି ରଖିଛି ପୋଲିସ ।

ପ୍ରକାଶଥାଉକି, କେ.ବଲାଙ୍ଗ ଥାନା ଅଧୀନ ବାଙ୍କୋ ପଥର ଖଣି ନିକଟରୁ ସଶସ୍ତ୍ର ମାଓବାଦୀଙ୍କ ଦ୍ଵାରା ବିସ୍ଫୋରକ ଗାଡ଼ି ଲୁଟ୍ ହେବାର ତିନି ଦିନ ପରେ ଓଡ଼ିଶା ସୀମାନ୍ତ ସରଣ୍ଡା ଜଙ୍ଗଲର ତିର୍ଲିପୋଷିଠାରେ ଲୁଟ୍ ବିସ୍ଫୋରକର ସନ୍ଧାନ ମିଳିଥିଲା ।  ଏପଟେ ବଙ୍ଗାରାମ ତିର୍ଲିପୋଷିରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର ବେଳେ ମାଓବାଦୀମାନେ ଅସ୍ତ୍ରଶସ୍ତ୍ର ଛାଡି ଛତ୍ରଭଙ୍ଗ ଦେଇଛନ୍ତି। ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯିବା ସହ ସର୍ଚ୍ଚ ଅପରେସନ ଜାରି ରହିଛି। ପୂର୍ବରୁ ଅନେକ ବିସ୍ଫୋରକ ଠାବ କରା ଯାଇଥିବା ବେଳେ ଆହୁରି ଲୁଟ ହୋଇଥିବା ବିସ୍ଫୋରକ ସାମଗ୍ରୀ ଉଦ୍ଧାର ପାଇଁ ଉଦ୍ୟମ କରାଯଉଛି । ଯଦ୍ବାରା ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ।

ଫଳରେ ଯବାନମାନଙ୍କୁ ଦେଖି ଜଙ୍ଗଲରେ ଲୁଚିଥିବା ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଏକ ଘଣ୍ଟା ଧରି ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ମାଓବାଦୀମାନେ ବିଛାଇଥିବା ଆଇଇଡି ବିସ୍ଫୋରଣ ହେବାରୁ ସିଆର୍‌ପିଏଫ୍ କୋବ୍ରା 209 ବାଟାଲିୟନର ଯବାନ ସୁନୀଲ କୁମାର ଗୁରୁତର ହୋଇଥିଲେ। ତାଙ୍କୁ ପ୍ରଥମେ ଝାଡ଼ଖଣ୍ଡ ମନୋହରପୁର ହସ୍‌ପିଟାଲ ଓ ପରେ ରାଉରକେଲା ଆପୋଲୋ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ହସ୍‌ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।