fbpx

Amazonରେ ବିକ୍ରି ହେଉଛି ଗାଞ୍ଜା! NCB ଯାଞ୍ଚ ନେଇ ଦାବି ଉଠାଇଲା CAIT

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ଆମାଜନକୁ ନେଇ ଏକ ସାଙ୍ଘାତିକ ଅଭିଯୋଗ ଆସିଛି । ଏହି ପ୍ଲାଟଫର୍ମରେ ଗାଞ୍ଜା ବିକ୍ରି ହେଉଥିବା ନେଇ ଆସିଛି ଅଭିଯୋଗ । କନଫେଡେରେସନ ଅଫ୍ ଇଣ୍ଡିଆନ ଟ୍ରେଡର୍ସ (ସିଏଆଇଟି) ପକ୍ଷରୁ ଏପରି ଅଭିଯୋଗ ଅଣାଯାଇଛି । ଏହି ମାମଲାକୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ତଦନ୍ତ କରିବାକୁ ସିଏଆଇଟି ପକ୍ଷରୁ ଦାବି କରାଯାଇଛି । ତେବେ ନିଜ ପ୍ଲାଟଫର୍ମରେ କୌଣସି ପ୍ରକାର ପ୍ରତିବନ୍ଧିତ ଉତ୍ପାଦ ବିକ୍ରି ନେଇ ଅନୁମତି ନାହିଁ ବୋଲି ଆମାଜନ ତରଫରୁ ସଫେଇ ଦିଆଯାଇଛି ।

ଘଟଣାରୁ ପ୍ରକାଶ ଯେ, ମଧ୍ୟପ୍ରଦେଶରର ଭିଣ୍ଡରୁ ଏକ ଡ୍ରଗ ରାକେଟର ପର୍ଦ୍ଦାଫାସ୍ ହୋଇଛି । ଏହି ରାକେଟ ଆମାଜନ ପ୍ଲାଟଫର୍ମରେ ଷ୍ଟିବିୟା ପତ୍ର ନାମରେ ଗାଞ୍ଜା ବିକ୍ରି କରୁଥିଲା । ଏପରିକି କିଛି ବ୍ୟକ୍ତି ୩୯୦ଟି ପ୍ୟାକେଟରେ ପ୍ରାୟ ୧ ହଜାର କେଜି ଗାଞ୍ଜ ଏକ ରାଜ୍ୟରୁ ଅନ୍ୟ ରାଜ୍ୟକୁ ବିକ୍ରି କରିଥିବା ଅଭିଯୋଗ ଆସିଛି । ଏହି ମାମଲାରେ ସାମିଲ ଥିବା ଦୁଇଜଣଙ୍କୁ ଗିରଫ କରାଯାଇଛି । ଏହି ଡ୍ରଗ ପେଡଲର୍ସଙ୍କଠାରୁ ଆମଜନର ପ୍ୟାକେଟ ମିଳିବା ପରେ କମ୍ପାନୀକୁ ନୋଟିସ୍ ପଠାଯାଇଥିବା ଭିଣ୍ଡ ଏସପି ସୂଚନା ଦେଇଛନ୍ତି । ତେବେ କମ୍ପାନୀ ନିଜେ ଏହାର ତଦନ୍ତ କରୁଥିବା ଆମାଜନର ଜଣେ ମୁଖପାତ୍ର କହିଛନ୍ତି ।

Get real time updates directly on you device, subscribe now.