ଉଛୁଳି ପଡିଲା ସେୟାର ବଜାର, ସେନସେକ୍ସ ୬୮,୮୬୫ ଓ ନିଫ୍ଟି ୨୦,୬୮୭ରେ ହେଲା ବନ୍ଦ

ନୂଆଦିଲ୍ଲୀ: ଆଜି ସେୟାର ବଜାର ମାର୍କେଟରେ ରେକର୍ଡ ସ୍ତରରେ କିଣାବିକା ହୋଇଛି । ୩ଟି ରାଜ୍ୟରେ ବିଜେପିର ପ୍ରଚଣ୍ଡ ବିଜୟର ପ୍ରଭାବ ଆଜି ସେୟାର ମାର୍କେଟ୍ ଉପରେ ଦେଖିବାକୁ ମିଳିଛି । ସେନସେକ୍ସ ୧୩୮୪ ପଏଣ୍ଟ ବୃଦ୍ଧି ପାଇ ୬୮,୮୬୫ରେ ପହଞ୍ଚିଛି ଓ ନିଫ୍ଟି ୫୦, ୪୧୯ ପଏଣ୍ଟ ବୃଦ୍ଧି ପାଇ ୨୦,୬୮୭ରେ ପହଞ୍ଚିଛି । ସେହିପରି ନିଫ୍ଟି ବ୍ୟାଙ୍କ କ୍ଷେତ୍ରରେ ଆଜି ମଧ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି । ଏହାର କାରବାର ୧୬୧୭ ପଏଣ୍ଟରୁ ଆରମ୍ଭ ହୋଇ ୪୬,୪୩୧ରେ ପହଞ୍ଚିଛି । ମିଡକ୍ୟାପ୍ ଇଣ୍ଡେକ୍ସ ୫୩୬ ପଏଣ୍ଟ ବଢି ୪୩, ୯୧୯ରେ ବନ୍ଦ ହୋଇଛି ।

ଆଜିର କାରବାରରେ ଫାର୍ମା ସେକ୍ଟରକୁ ଛାଡି ସମସ୍ତ ସେକ୍ଟର ଇଣ୍ଡେକ୍ସରେ ବୃଦ୍ଧି ପରିଲକ୍ଷିତ ହୋଇଛି । ବ୍ୟାଙ୍କିଂ, ପବ୍ଲିକ୍ ସେକ୍ଟର ୟୁନିଟ୍ ସେୟାରରେ ବୃଦ୍ଧି ଦେଖିବାକୁ ମିଳିଛି । ମେଟାଲ, ଅଟୋ, ଆଇଟି ଇଣ୍ଡେକ୍ସ ସେକ୍ଟରରେ ସେୟାର କ୍ଷେତ୍ରରେ ମଧ୍ୟ ସମଚିତ୍ର ଦେଖିବାକୁ ମିଳିଛି । ତୈଳ ଓ ଗ୍ୟାସ୍ ସେୟାରରେ ମଧ୍ୟ ଜୋରଦାର ବୃଦ୍ଧି ଘଟିଛି । ଫଳରେ କାରବାର ଶେଷରେ ସେନସେକ୍ସ ୧୩୮୪ ପଏଣ୍ଟ ଅର୍ଥାତ୍ ୨.୦୫% ବୃଦ୍ଧି ପାଇ ୬୮,୮୬୫ରେ ପହଞ୍ଚିଛି ଓ ନିଫ୍ଟି ୫୦, ୪୧୯ ପଏଣ୍ଟ ଅର୍ଥାତ୍ ୨.୦୭% ବୃଦ୍ଧି ପାଇ ୨୦,୬୮୭ରେ ପହଞ୍ଚିଛି । ସେୟାର ବଜାରରେ ଆଜି ଏହି ବୃଦ୍ଧି ନିବେଶକମାନଙ୍କୁ ଆଜି ୬ ଲକ୍ଷ କୋଟିର ମାଲିକ କରିପାରିଛି ।