fbpx

ପ୍ରଥମ ଥର ପାଇଁ ୫ଟ୍ରିଲିୟନ ଡଲାର ଛୁଇଁଲା BSE ତାଲିକାଭୁକ୍ତ କଂପାନିଗୁଡ଼ିକର ମାର୍କେଟ୍ କ୍ୟାପ୍

Advertisement

ମୁମ୍ୱାଇ: ବିଏସଇ ୱେବସାଇଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ବିଏସଇରେ ତାଲିକାଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜି ପ୍ରଥମ ଥର ପାଇଁ ରେକର୍ଡ ୫ ଟ୍ରିଲିୟନ ଡଲାର ଅତିକ୍ରମ କରିଛି। ମେ ୨୧ ରେ ଏକ ନୂତନ ଉଚ୍ଚସ୍ତରରେ ପହଞ୍ଚିଛି। ଯାହା ଭାରତୀୟ ଷ୍ଟକ ବଜାରରେ ଜାରି ରହିଥିବା ଉନ୍ନତିକୁ ସୂଚାଇଛି। ବିଏସଇରେ ତାଲିକାଭୁକ୍ତ ସମସ୍ତ କମ୍ପାନୀର ମୋଟ ମାର୍କେଟ କ୍ୟାପ ୫ ଟ୍ରିଲିୟନ ଡଲାର ବା ୪୧୪.୪୬ ଟ୍ରିଲିୟନ ଟଙ୍କାରୁ ଅଧିକ ରେ ପହଞ୍ଚିଛି। ଯାହା ବର୍ଷ ଆରମ୍ଭରୁ ୬୩୩ ବିଲିୟନ ଡଲାରରୁ ଅଧିକ ବୃଦ୍ଧି ପାଇଛି । ଯଦିଓ ଫ୍ଲାଗସିପ୍ ସେନସେକ୍ସ ସୂଚକାଙ୍କ ସର୍ବକାଳୀନ ସର୍ବୋଚ୍ଚ ସ୍ତରଠାରୁ ୧.୬୬ ପ୍ରତିଶତ କମ୍ ରହିଛି।

ତଥାପି ବିଏସ୍ଇ ମିଡ୍ ଆଣ୍ଡ ସ୍ମଲକ୍ୟାପ୍ ସୂଚକାଙ୍କ ନୂଆ ଉଚ୍ଚସ୍ତରରେ ପହଞ୍ଚିଛି।୨୦୨୩ ନଭେମ୍ବରରେ ବିଏସଇର ମୋଟ ବଜାର ପୁଞ୍ଜି ୪ ଟ୍ରିଲିୟନ ଡଲାରରେ ପହଞ୍ଚିଥିଲା ଏବଂ ବର୍ତ୍ତମାନ ମାତ୍ର ୬ ମାସ ମଧ୍ୟରେ ଏହା ୫ ଟ୍ରିଲିୟନ ଡଲାର ଅତିକ୍ରମ କରିଛି । ୨୦୦୭ ମେ’ ମାସରେ ବିଏସ୍ଇରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକ ୧ ଟ୍ରିଲିୟନ ଡଲାରରେ ପହଞ୍ଚିଥିଲେ, ଯାହା ଏକ ଦଶନ୍ଧି ମଧ୍ୟରେ ଦ୍ୱିଗୁଣିତ ହୋଇ ଜୁଲାଇ ୨୦୧୭ରେ ୨ ଟ୍ରିଲିୟନ ଡଲାରରେ ପହଞ୍ଚିଥିଲା ଏବଂ ପରେ ମେ ୨୦୨୧ରେ ୩ ଟ୍ରିଲିୟନ ଡଲାରରେ ପହଞ୍ଚିଥିଲା। ବର୍ତ୍ତମାନ ସମଗ୍ର ବିଶ୍ୱରେ ମାତ୍ର ୪ଟି ଷ୍ଟକ ବଜାର ୫ ଟ୍ରିଲିୟନ ଡଲାରରୁ ଅଧିକ କ୍ଲବରେ ରହିଛି ଯଥା ଆମେରିକା, ଚୀନ, ଜାପାନ ଓ ହଂକଂ।

ଆମେରିକା ପାଖାପାଖି ୫୫.୬୫ ଟ୍ରିଲିୟନ ଡଲାର ସହ ଶୀର୍ଷରେ ଥିବା ବେଳେ ଚୀନ (୯.୪ ଟ୍ରିଲିୟନ ଡଲାର), ଜାପାନ (୬.୪୨ ଟ୍ରିଲିୟନ ଡଲାର) ଏବଂ ହଂକଂ (୫.୪୭ ଟ୍ରିଲିୟନ ଡଲାର) ତୃତୀୟ ସ୍ଥାନରେ ରହିଛି। ବ୍ଲୁମବର୍ଗ ଅନୁଯାୟୀ, ୨୦୨୪ରେ ବର୍ତ୍ତମାନ ସୁଦ୍ଧା ଭାରତର ବଜାର ପୁଞ୍ଜି ପ୍ରାୟ ୧୨ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଆମେରିକା ପାଇଁ ଏହା ୧୦ ପ୍ରତିଶତ ଏବଂ ହଂକଂର ୧୬ ପ୍ରତିଶତ ବୃଦ୍ଧି ପାଇଛି। ଚୀନ୍ ଓ ଜାପାନର ମାର୍କେଟ୍ କ୍ୟାପ୍ ପ୍ରାୟତଃ ସ୍ଥିର ରହିଥିବା ବେଳେ ଚୀନ୍ ୧.୪ ପ୍ରତିଶତ ଓ ଜାପାନ ମାତ୍ର ୩ ପ୍ରତିଶତ ବୃଦ୍ଧି ପାଇଛି।

Get real time updates directly on you device, subscribe now.