fbpx

ଫାର୍ମ-ବି ର ନୂଆ ଉତ୍ପାଦ “ମିକ୍ସ୍ ଛତୁଆ”ର ବଜାର ପ୍ରବେଶ, ପୋଷକତତ୍ୱରେ ଭରପୁର

Advertisement

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲରେ ଓଡ଼ିଶାର ଅଗ୍ରଣୀ ଖାଦ୍ୟ ଉତ୍ପାଦନକାରୀ ଉଦ୍ୟୋଗ ବିଶ୍ୱେସର ଫୁଡ଼୍‌ସ ପ୍ରାଇଭେଟ୍‌.ଲିମିଟେଡ଼୍ ଆନୁକୁଲ୍ୟରେ ତଥାଫାର୍ମ-ବି ଦ୍ୱରା ପ୍ରସ୍ତୁତ ଏକ ନୂଆ ଉତ୍ପାଦ ମିକ୍ସ ଛତୁଆର ବଜାର ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ବିଶିଷ୍ଠ ମହିଳା ଉଦ୍ୟୋଗୀ ତଥା ଫାର୍ମ-ବିର ପ୍ରତିଷ୍ଠାତ୍ରୀ ଓ ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ରଶ୍ମୀ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବଜାର ପ୍ରବେଶ ଉତ୍ସବରେ ପ୍ରତିଷ୍ଠାନର ଆକାଉଣ୍ଟସ ଏବଂ ଫାଇନାନ୍ସ୍ ବିଭାଗର ବରିଷ୍ଠ ପ୍ରବନ୍ଧକ ଶ୍ରୀକାନ୍ତ ମହାପାତ୍ରଙ୍କ ଉତ୍ପାଦନ ବିଭାଗର ବରିଷ୍ଠ ପ୍ରବନ୍ଧିକା ଶିଳ୍ପାଦାସ ଏବଂ ନିର୍ଦ୍ଦେଶିକାଙ୍କ ବ୍ୟକ୍ତିଗତ ସଚିବ ଆଦ୍ୟାଶା ପଟ୍ଟନାୟକ ଉପସ୍ଥିତ ରହି ଏହି ନୂତନ ଉତ୍ପାଦ ସମ୍ବନ୍ଧରେ ସର୍ବିଶେଷ ବିବରଣୀ ପ୍ରଦାନ କରିଥିଲେ । ବର୍ତ୍ତମାନ ସମୟର ସବୁଠାରୁ ଅଧିକ ଗ୍ରହଣୀୟ ଉତ୍ପାଦ ମିକ୍ସ ଛତୁଆ ଯାହାକି ଯୁବଗୋଷ୍ଠୀ ମାନଙ୍କର ପ୍ରଥମ ପସନ୍ଦ ଯୋଗ୍ୟ ଖାଦ୍ୟ ।ଏହା ସକାଳ ଖାଦ୍ୟର ଚାହିଦାକୁ ପୂରଣ କରିବା ସହ ଉଚ୍ଚ ପୁଷ୍ଟିକର ପଦାର୍ଥ ଅଟେ ।ଏଥିରେ ପ୍ରୋଟିନ୍‌,ଫାଇବର,କ୍ୟାଲ୍‌ସିୟମ,ଆଇରନ୍‌,ମାଙ୍ଗାନିଜ

ଏବଂ ମ୍ୟାଗ୍ନେସିୟମ ସହିତ ଭର୍‌ପୁର ଶକ୍ତି ରହିଥାଏ ।ସେଥିପାଇଁ ଫାର୍ମ-ବି ମିକ୍ସ ଛତୁଆର ଟ୍ୟାଗ୍ ରହିଛି “ଆପଣଙ୍କ ଖାଦ୍ୟ କୁକରେ ପୂର୍ଣ୍ଣ ସୁସ୍ଥତା ସହ ସ୍ୱାଦରେ ପରିପୂର୍ଣ୍ଣ” ।ଏହା ଯେ କେବଳ ସକାଳର ଖାଦ୍ୟ ପୁରାକରେ ତାହା ନୁହେଁ ବରଂ ଦିନ ସାରାର ଶରୀର ପାଇଁ ଆବଶ୍ୟକ ପୋଷକତତ୍ୱକୁ ମଧ୍ୟ ପୁରାକରେ,ତତ୍ ସହିତ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିବାରେ ଏବଂ ଅତ୍ୟଧିକ ଗରମକୁ ରୋକିବାରେ ମଧ୍ୟ ସାହାଯ୍ୟ କରେ ।ଅତିରିକ୍ତ ଭାବରେ ଏହି ଉତ୍ପାଦ ଶକ୍ତି ବୃଦ୍ଧି,ହଜମ ଓ ପାଚନ କରିବାରେ ସାହାଯ୍ୟ କରିବା ସହିତ ଓଜନକୁ ନିୟନ୍ତ୍ରଣ କରିବା,କେଶ ଓ ଚର୍ମକୁ ସୁସ୍ଥ ରଖିବା, ଶରୀର ରେଗ୍ଲୁକୋଜର ସଠିକ୍ ପରିମାଣକୁ ବଜାୟ ରଖିବା,କୋଲେଷ୍ଟ୍ରଲ କମ୍ କରିବା ଏବଂଶରୀରରେ ପୃଷ୍ଟିକର ଉପାଦାନକୁ ବୃଦ୍ଧି କରିବାରେ ସହଯୋଗ କରିଥାଏ ।

କମ୍ପାନୀର ଫାର୍ମ-ବିବ୍ରାଣ୍ଡ୍‌ଅଧୀନରେ ମିକ୍ସ୍ ଛତୁଆ ସହ ଅନେକ ଉପଯୋଗୀ ଜଳଖିଆ ଉତ୍ପାଦମାନଯଥା-ଓଟସ୍‌,ମସାଲାଓଟସ୍‌,ମୁସଲି,ଚକୋବାଇଟ୍‌ସ,କନ୍‌ଫ୍ଲେକ୍‌,ରାଗିଫ୍ଲୋର୍‌ଏବଂ ଚପାଦି ଫ୍ଲୋର୍‌ ଆଦି ଉପଲବ୍ଧ ।ଏହା ବ୍ୟତୀତ ଗ୍ରାହକମାନଙ୍କ ପାଇଁ ଫାର୍ମ-ବି ଗୁଡ଼ ପାଉଡ଼ର,ପଞ୍ଜାବୀ ତଡ଼କା,ଦେବ ଭୋଗ ଖିଚିଡ଼ି ଭଳି ତତ୍‌କ୍ଷଣାତ୍ ମିଶ୍ରିତ ଖାଦ୍ୟ ପ୍ରସ୍ତୁତ କରିଥାଏ ।

Get real time updates directly on you device, subscribe now.