fbpx

ସରିଲା ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିବାହ, ସକାଳେ ହୋଇଥିଲା ନିର୍ବନ୍ଧ

ଭୁବନେଶ୍ୱର : ହିନ୍ଦିରେ ଏକ ଢଗ କୁହାଯାଏ, ଚଟ୍ ମଙ୍ଗନୀ ପଟ ସାଦୀ । କିନ୍ତୁ ଏଠି ଚଟ୍ ନିର୍ବଦ୍ଧ ପଟ୍ ବିହା ହୋଇଛି । କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସକାଳେ ନିର୍ବଦ୍ଧ ହୋଇଥିଲା, ଆଉ ଏବେ ବିବାହ ଶେଷ ହୋଇଛି । ପୁରୀ ଜିଲା ପିପିଲିର ଦି ଆଡଭେଞ୍ଚର କନଭେନସରେ ବୈଦିକ ରୀତିନୀତିରେ ବିବାହ ସମ୍ପନ୍ନ ହୋଇଛି । ତାଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ୍ ଦେକୋଟ ଗାଁର ପ୍ରିୟଙ୍କା ଅଗସ୍ତୀ ତାଙ୍କ ହାତ ଡାଙ୍କ ଧରିଛନ୍ତି । ଉଭୟଙ୍କର ଏହା ଦ୍ୱିତୀୟ ବିବାହ ବୋଲି ଜଣାପଡିଛି । ଏହି ବିବାହ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଥିଲା । ଏହି ବିବାହରେ କେହି ଭିଆଇପି ଓ ଭିଭିଆଇପି ଯୋଗ ଦେଇଥିବା ସୂଚନା ମିଳିନାହିଁ । ଉଭୟଙ୍କ ପରିବାରରୁ ମୋଟ ୫୦ରୁ ୬୦ ଜଣଙ୍କ ଲୋକ ଯୋଗ ଦେଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ପୂର୍ବରୁ ମନ୍ତ୍ରୀ ଦିବ୍ୟଶଙ୍କର ଜୟପାଟଣାରେ ବିବାହ କରିଥିଲେ। କୌଣସି କାରଣ ପାଇଁ ତାଙ୍କ ପ୍ରଥମ ପତ୍ନୀଙ୍କ ସହ ଛାଡ଼ପତ୍ର ହୋଇଥିଲା । ଦିବ୍ୟଶଙ୍କରଙ୍କର ପୁଅ ବି ଅଛନ୍ତି। ସେ ଲଣ୍ଡନରେ ରହୁଛନ୍ତି। ଅନ୍ୟପଟରେ ପ୍ରିୟଙ୍କାଙ୍କର ମଧ୍ୟ ଏହା ଦ୍ବିତୀୟ ବିବାହ। ପୂର୍ବରୁ ମଧ୍ୟ ତାଙ୍କର ଛାଡ଼ପତ୍ର ହୋଇସାରିଛି ।

ପୂର୍ବରୁ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବିବାହକୁ ନେଇ ଚର୍ଚ୍ଚାର ଜୋର ଧରିଥିଲା । ତେଣୁ ସୋସିଆଲ ମିଡିଆରେ ଏହି ଖବର ଭାଇରାଲ ବିଜୁଳି ଭଳି ଭାଇରାଲ ହୋଇଥିଲା । କଳାହାଣ୍ଡି ଜିଲ୍ଲାରେ ମମିତା ମେହେର ହତ୍ୟାକାଣ୍ଡ ଘଟଣା ଏବଂ ଅର୍ଚ୍ଚନା ନାଗଙ୍କ ଲିଙ୍କକୁ ନେଇ ଦିବ୍ୟଶଙ୍କର ସବୁବେଳେ ଚର୍ଚ୍ଚା ରହି ଆସୁଥିଲେ ।

Get real time updates directly on you device, subscribe now.