ପ୍ରେମ କରି ଶାରିରିକ ସମ୍ପର୍କ ରଖିଲେ, ବିବାହ ପାଇଁ ମନା କରିବାରୁ ବିବାହିତ ପ୍ରେିମକଙ୍କ ଘର ଆଗରେ ଧାରଣାରେ ବସିଲେ ପ୍ରେମିକା

ବିହାର: ପ୍ରଥମେ ପ୍ରେମ ସମ୍ପର୍କରେ ଲିପ୍ତ ରହିଲେ, ବାହାଘର କଥା ଉଠିବାରୁ ଦୁରେଇ ଗଲେ । ପ୍ରେମ ଆଉ ପରେ ଧୋକାର ଏକ ଆଶ୍ଚର୍ଯ୍ୟକର ଖବର ଆସିଛି ଯାହା ସମସ୍ତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ବିହାରର ବେତିୟା ଅଞ୍ଚଳର ଜଣେ ବିବାହିତ ବ୍ୟକ୍ତି ଜଣେ ମହିଳାଙ୍କ ସହିତ ପ୍ରେମ ସମ୍ପର୍କରେ ରହିଥିଲେ । ଆଉ ଯେବେ ସେ ବିବାହ ପାଇଁ ମନା କରିଲେ ମହିଳା ଜଣକ ଯାଇ ତାଙ୍କ ଘର ଆଗରେ ଧାରଣାରେ ବସିଥିଲେ ।

ତେବେ ଗର୍ଲଫ୍ରେଣ୍ଡ ତାଙ୍କ ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିବା ପରେ ସେ ଜାଣିବାକୁ ପାଇଥିଲେ ଯେ ସେ ବିବାହ କରିସାରିଛନ୍ତି। ଏବେ ମହିଳା ଜଣକ ନିଜ ପ୍ରେମିକକୁ ବିବାହ କରିବାକୁ ଜିଦ୍ ଧରି ବସିଛନ୍ତି ଏବଂ ପ୍ରେମିକଙ୍କ ଘରୁ ବାହାରକୁ ଯିବାକୁ ପ୍ରସ୍ତୁତ ନୁହଁନ୍ତି । ମହିଳା ଜଣକ କୁହନ୍ତି, ‘ମୁଁ ଲୌରିଆ ପୋଲିସ ଷ୍ଟେସନରେ ପ୍ରେମିକଙ୍କ ବିରୋଧରେ ଆବେଦନ କରିଛି। ସେ ମୋତେ ବିବାହ ନକରିବା ପର୍ୟ୍ୟନ୍ତ ମୁଁ ଏହି ଘର ଛାଡିବି ନାହିଁ ।

ଗର୍ଲଫ୍ରେଣ୍ଡ ତାଙ୍କ ଅଭିଯୋଗ ଆବେଦନପତ୍ରରେ କହିଛନ୍ତି, ଯେ ପ୍ରେମୀ ଜଣକ ମହିଳାଙ୍କ ଛବି ଜାଲିଆତି କରି ଏଥିରେ ତାଙ୍କ ଛବି ଯୋଡି ଏକ ନୂଆ ଅଶ୍ଳୀଳ ଚିତ୍ର କରିଥିଲେ। ପୀଡିତାଙ୍କ ସ୍ୱାମୀଙ୍କୁ ସମାନ ଚିତ୍ର ଦେଖାଇ ସେ କହିଛନ୍ତି ଯେ ସେ ତାଙ୍କ ପତ୍ନୀଙ୍କୁ ଭଲ ପାଆନ୍ତି। ମହିଳା ଅଭିଯୋଗ କରିଛନ୍ତି ଯେ ଏହା ପରେ ସ୍ୱାମୀ ତାଙ୍କୁ ଛାଡି ଘରୁ ପଳାଇ ଯାଇଥିଲେ।

ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ପ୍ରେମିକ ତାଙ୍କୁ ବିବାହ ପ୍ରତିଶୃତୀ ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଏହା ପରେ ମହିଳା ଜଣକ ବିବାହ କଥା କହିବାରୁ ପ୍ରେମିକ ଲୁଚିବା ଆରମ୍ଭ କଲେ ଏବଂ ପରେ ବିବାହ କରିବାକୁ ମନା କରିଥିଲେ । ଏହା ପରେ ପୀଡିତା କ୍ରୋଧରେ ତାଙ୍କ ଘରେ ପହଞ୍ଚି ସେଠାରେ ଧାରଣାରେ ବସିଥିଲେ।

ପ୍ରେମିକ ଜଣକ ସେ ପୂର୍ବରୁ ବିବାହିତ ଏବଂ ଦୁଇ ସନ୍ତାନର ପିତା ମଧ୍ୟ । ଘଟଣାର ଛଅ ବର୍ଷ ପୂର୍ବରୁ ସେ ବିବାହ କରିଥିଲେ । ପୀଡିତା କହିଛନ୍ତି ଯେ ଯେପର୍ଯ୍ୟନ୍ତ ସେ (ଅଭିଯୁକ୍ତ) ବିବାହ ନକରନ୍ତି ସେ ପର୍ଯ୍ୟନ୍ତ ସେ ତାଙ୍କ ଘରୁ ବାହାରିବେ ନାହିଁ। ସେ ପୁରା କଥା ଲୌରିଆ ପୋଲିସ ଷ୍ଟେସନକୁ କହିଛନ୍ତି । ପ୍ରେମର ଏହି ବିଷୟ ବର୍ତ୍ତମାନ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।