fbpx

କାଲି ୨ଟି ଶୁଭଯୋଗରେ ପାଳନ ହେବ ମାସିକ ଶିବରାତ୍ରି, ଜାଣନ୍ତୁ ପୂଜାର ଶୁଭ ମୁହୂର୍ତ୍ତ ଓ ବିଧି

Advertisement

ପ୍ରତି ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥୀରେ ମାସିକ ଶିବରାତ୍ରି ପାଳନ କରାଯାଏ । ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ଆଷାଢ଼ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥୀ ୮ ଜୁଲାଇ ଅର୍ଥାତ୍ ଆସନ୍ତାକାଲି ପଡ଼ୁଛି । ଧାର୍ମିକ ମାନ୍ୟତା ଅନୁସାରେ, ମାସିକ ଶିବରାତ୍ରୀ ଦିନ ଭଗବାନ ଶିବଙ୍କୁ ବିଧି ବିଧାନ ସହ ପୂଜା କରାଯାଏ । ଏପରି କରିବା ଦ୍ୱାରା ଭଗବାନ ଶିବଶଙ୍କର ଭକ୍ତଙ୍କ ସମସ୍ତଙ୍କ ମନକାମନା ପୂରଣ କରନ୍ତି ବୋଲି କୁହାଯାଏ ।

ତେବେ ମାସିକ ଶିବରାତ୍ରୀର ଦିନ ବୃଦ୍ଧି ଓ ଧ୍ରୁବର ଯୋଗ ହୁଏ । ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ , ବୃଦ୍ଧି ଯୋଗ ସନ୍ଧ୍ୟା ୪ଟା ୨୦ ମିନିଟ୍ ପର୍ଯ୍ୟନ୍ତ ରହିଥାଏ । ଏହା ପରେ ଧ୍ରୁବ ଯୋଗ ଲାଗିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଯୋଗକୁ ବହୁତ ଶୁଭ ବୋଲି କୁହାଯାଏ । ଏହି ଯୋଗରେ କରାଯାଇଥିବା କାର୍ଯ୍ୟ ସଫଳା ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ତେବେ ଆସନ୍ତୁ ଜାଣିବାର ଶୁଭ ମୁହୂର୍ତ୍ତ ବିଷୟରେ…

ବ୍ରହ୍ମା ମୁହୂର୍ତ୍ତ-୩ଟାରୁ ୪୧AM ରୁ ୪ଟା ୨୩ AM ପର୍ଯ୍ୟନ୍ତ

ଅଭିଜିତ୍ ମୁହୂର୍ତ୍ତ- ୧୧ଟା ୨୬ AMରୁ ୧୨ଟା ୨୦ PM ପର୍ଯ୍ୟନ୍ତ ।
ବିଜୟ ମୁହୂର୍ତ୍ତ-୨ଟା ୯ PMରୁ ୩ଟା ୪ PM ପର୍ଯ୍ୟନ୍ତ ।
ଗୋଧୁଳି ମୁହୂର୍ତ୍ତ- ୬ଟା PMରୁ ୬ଟା ୫୨ PM ପର୍ଯ୍ୟନ୍ତ ।
ଅମୃତ କାଳ ୧୧ଟା ୧୨ AMରୁ ୧୨ ଟା ୫୯ PM ପର୍ଯ୍ୟନ୍ତ ।
ନିଶିତା ମୁହୂର୍ତ୍ତ- ୧୧ଟା ୩୨ PMରୁ ୧୨ଟା ୧୪ AM ଜୁଲାଇ ୯ ପର୍ଯ୍ୟନ୍ତ ।

କ’ଣ ରହିଛି ପୂଜାର ବିଧି…

– ଶ୍ରଦ୍ଧାଳୁମାନେ ଶିରାତ୍ରିରେ ରାତି ଉଜାଗର ରହି ଶିବଙ୍କ ପୂଜା କରିବାକୁ ପଡ଼ିବ ।

– ମାସିକ ଶିବରାତ୍ରୀ ଦିନ ଆପଣ ସୂର୍ଯ୍ୟେଦୟ ପୂର୍ବରୁ ଉଠି ସ୍ନାନ କରିବା ସହ କୌଣସି ଶିବ ମନ୍ଦିରକୁ ଯାଆନ୍ତୁ ।ସେଠାରେ ଭଗବାନ ଶିବ ଓ ତାଙ୍କ ପରିବାର ତଥା ପାର୍ବତୀ, ଗଣେଷ, କାର୍ତ୍ତିକ ଓ ନନ୍ଦୀଙ୍କୁ ପୂଜା କରନ୍ତୁ ।

– ପୂଜା ସମୟରେ ଶିବଲିଙ୍ଗରେ ଜଳ, ଶୁଦ୍ଧ ଘିଅ, କ୍ଷୀର, ଚିନି, ମହୁ, ଦହି, ଆଦିରେ ରୁଦ୍ରାଭିଷେକ କରନ୍ତୁ ।

– ଶିବଲିଙ୍ଗ ଉପରେ ବେଲପତ୍ର, ଶ୍ରୀଫଳ ଚଢ଼ାନ୍ତୁ । ଏହା ସହ ଆପଣ ଭଗବାନ ଶିବଙ୍କୁ ଉପରେ ଧୂପ, ଦୀପ, ଫଳ ଓ ଫୁଲ ଆଦିରେ ପୂଜା କରିପାରିବେ ।

– ଶିବପୂଜା କରୁଥିବା ସମୟରେ ଆପଣ ଶିବ ପୁରାଣ, ଶିବ ସ୍ତୁତି, ଶିବ ଅଷ୍ଟକ, ଶିବ ଚାଲିଶା ଓ ଶିବ ଶ୍ଲୋକ ଆଦି ପାଠ କରିପାରିବେ ।

– ଏହା ପରେ ଆପଣ ସନ୍ଧ୍ୟା ସମୟରେ ଫଳ ଖାଇ ପାରନ୍ତି । କିନ୍ତୁ ଅନ୍ନଗ୍ରହଣ କରିବା ଉଚିତ୍ ନୁହେଁ । ଆଗାମୀ ଦିନ ଭଗବାନ ଶିବଙ୍କୁ ପୂଜା କରନ୍ତୁ ଓ ଦାନ ଧର୍ମ କରିବା ପରେ ବ୍ରତ ଭାଙ୍ଗନ୍ତୁ ।

Get real time updates directly on you device, subscribe now.