fbpx

ପୁଣି ଫେରିଲା ମାସ୍କ ନିୟମ: ବିମାନ ଯାତ୍ରା ପାଇଁ ହେଲା ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ଗ୍ରାଫ । ଦିଲ୍ଲୀ ଏବଂ ମୁମ୍ବାଇ ସମେତ ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ଦିନକୁ ଦିନ ଉପରମୁହାଁ ହେବାରେ ଲାଗିଛି । ସେତିପାଇଁ ପୁଣିଥରେ ମାସ୍କ ଏବଂ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପରାମର୍ଶ ଦେଉଛନ୍ତି ସ୍ୱାସ୍ଥ୍ୟ ବିଭାଗ । ତେବେ ଏହା ମଧ୍ୟରେ ଦିଲ୍ଲୀ ହାଇକୋର୍ଟ ନେଇଛନ୍ତି ଏକ କଠୋର ନିଷ୍ପତ୍ତି । ପୁଣି ଥରେ ମାସ୍କ ପିନ୍ଧିବା ପାଇଁ ଲୋକମାନଭ୍କ ସେ ବାଧ୍ୟ କରି ଦେଇଛନ୍ତି । ଆଗକୁ ବିମାନ ଯାତ୍ରା ଉପରେ ମାସ୍କ ବାଧ୍ୟତାମୂଳକ କରିଛନ୍ତି ।

ବିମାନ ଯାତ୍ରା ସମୟରେ ଯାତ୍ରୀମାନଙ୍କ ପାଇଁ କୋଭିଡ କଟକଣା କଡା କଡି କରିଛି ଡିଜିସିଏ । ଯାତ୍ରା ସମୟରେ ମାସ୍କ ପିନ୍ଧିବାକୁ ନେଇ ଗୁରୁତ୍ୱ ଦେବା ସହ ଏହାକୁ ବାଧ୍ୟତାମୂଳକ କରାଯାଇଛି । ଦିଲ୍ଲୀ ହାଇକୋର୍ଟଙ୍କ ଏକ ନିର୍ଦ୍ଦେଶ ବଳରେ ଏହି କଟକଣା ଲାଗୁ ହୋଇଛି । ତେବେ କେବଳ ବିଶେଷ କ୍ଷେତ୍ରରେ ଜଣେ ବ୍ୟକ୍ତି ମାସ୍କ ଖୋଲି ପାରିବେ ବୋଲି ଏହି ନିର୍ଦ୍ଦେଶରେ କୁହାଯାଇଛି ।

ତେବେ ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ଅମାନ୍ୟ କରୁଥିବା କୌଣସି ଯାତ୍ରୀ ବା ବ୍ୟକ୍ତିଙ୍କୁ ‘ନୋ ଫ୍ଲାଏ ଲିଷ୍ଟ’ରେ ସାମିଲ କରାଯିବ । ହାଇକୋର୍ଟଙ୍କ ତରଫରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ ଏ ନେଇ ଘୋଷଣା କରାଯାଇଛି ।

Get real time updates directly on you device, subscribe now.