ଭୁବନେଶ୍ୱର, ୨୩ା୪(ଓଡ଼ିଶା ଭାସ୍କର): ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପତ୍ନୀ ସବିତା କୋବିନ୍ଦ ଆଜି ମାସ୍କ ତିଆରି କରୁଥିବାର ନଜର ଆସିଛନ୍ତି । ସେ କୋଭିଡ଼୧୯ ଯୁଦ୍ଧରେ ସାମିଲ ହୋଇ ମାସ୍କ ତିଆରି କରିଛନ୍ତି । ଏନେଇ ଏକ ଭିଡ଼ିଓ ଟ୍ୱିଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ସମସ୍ତଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଆସନ୍ତୁ ଆମେ ଏକାଠି ହୋଇ କରୋନା ଯୁଦ୍ଧରେ ସୈନିକଙ୍କ ଭଳି କାମ କରିବା ବୋଲି ସେ କହିଛନ୍ତି ।
ଦେଶର ମହାମହିମ ରାଷ୍ଟ୍ରପତିଙ୍କ ଧର୍ମପତ୍ନୀ ସବିତା କୋବିନ୍ଦ ଜୀ ଭାରତର କୋଭିଡ଼-୧୯ ଯୁଦ୍ଧରେ ସାମିଲ୍ ହୋଇ ନିଜେ ମାସ୍କ୍ ତିଆରି କରୁଛନ୍ତି । ଦେଶର ପ୍ରଥମ ମହିଳାଙ୍କ ଏପରି ଉଦ୍ୟମ ଉପରୁ ତଳ ପର୍ଯ୍ୟନ୍ତ ସମସ୍ତଙ୍କୁ ପ୍ରେରଣା ଯୋଗାଇବ । ଆସନ୍ତୁ ଆମେ ସମସ୍ତେ ଭାରତୀୟ ଏକାଠୀ ହୋଇ କୋଭିଡ୍-୧୯ ଯୁଦ୍ଧରେ ସୈନିକଙ୍କ ଭଳି କାମ କରିବା । ? pic.twitter.com/gq1qQxicZy
— Dharmendra Pradhan (@dpradhanbjp) April 23, 2020