(Breaking) ଜଗନ୍ନାଥ ମନ୍ଦିରରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁରେ ଜଳିଗଲେ ଜଗନ୍ନାଥଙ୍କ ସମେତ ତିନି ଠାକୁର

ନିଆଁର ଆଁରେ ଜଳିଗଲେ ଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରା।

ବ୍ରହ୍ମଗିରି: ଜଗନ୍ନାଥ ମନ୍ଦିରରେ ଭୟଙ୍କର ଅଗ୍ନିକାଣ୍ଡ। ନିଆଁର ଆଁରେ ଜଳିଗଲେ ତିନି ଠାକୁର। ସେବାୟତ ସନ୍ଧ୍ୟା ଆଳତୀ ବେଳେ ଯେଉଁ ଦୀପ ଦେଇଥିଲେ ସେହି ଦୀପରୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି।

ଏହି ଭୟଙ୍କର ଅଗ୍ନିକାଣ୍ଡ ବ୍ରହ୍ମଗିରି କାଣ୍ଡଗୋଦା ଗାଁ ମନ୍ଦିରରେ ଥିବା ଜଗନ୍ନାଥ ମନ୍ଦିରରେ ହୋଇଛି।  ଯେଉଁଠାରେ ନିଆଁରେ ତିନି ଠାକୁର ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡ଼ଭାଇ ପ୍ରଭୁ ବଳଭଦ୍ର ଓ ଭଉଣୀ ସୁଭଦ୍ରା ପୋଡ଼ି ହୋଇଯାଇଛନ୍ତି।

ଅସାବଧାନତା କାରଣରୁ ଦୀପରୁ ନିଆଁ ଲାଗିଥିବା ଆଶଙ୍କା କରୁଛନ୍ତି ଗ୍ରାମୀବାସୀ। ତୁରନ୍ତ ମନ୍ଦିରରୁ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି।  ମନ୍ଦିରର ଅନ୍ୟ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ।