(Video) ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: ୧୦ ମୃତ

ନୂଆଦିଲ୍ଲୀୀ: ମଧ୍ୟପ୍ରଦେଶ ଜବଲପୁରର ଏକ ଘରୋଇ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଚଣ୍ଡାଲଭାଟାରେ ଥିବା ନ୍ୟୁଲାଇଫ୍ ମଲ୍ଟିସ୍ପେଶାଲିଟି ହସ୍ପିଟାଲରେ ଲାଗିଛି ନିଆଁ । ଏବେ ବି ନିଆଁକୁ ଆୟତ୍ତ କରାଯାଇପାରିନାହିଁ । କିଛି ଲୋକ ଏବେ ବି ନିଆଁ ଭିତରେ ଫସି ରହିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ତଳ ମହଲାରେ ସର୍ଟସର୍କିଟ ହୋଇ ତୃତୀୟ ମହଲା ଯାଏଁ ନିଆଁ ବ୍ୟାପିଥିଲା । ଚାରିଆଡେ ଧୂଆଁ ଦେଖିବାକୁ ମିଳୁଥିବା ବେଳେ ଉଦ୍ଧାର କାର୍ଯ୍ୟ ଏବେବି ଜାରି ରହିଛି । ଅନ୍ୟପଟେ ଏହି ଅଗ୍ନିକାଣ୍ଡରେ ଗୁରୁତର ହୋଇଥିବା ଲୋକଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏହି ଘଟଣା ଜଣାପଡିବା ପରେ ଅଗ୍ନିଶମବାହିନୀର ଗାଡି ଘଟଣାସ୍ଥଳରେ ନିଆଁ ଲିଭାଇବା କାମ ଜାରିରଖିଛନ୍ତି । ଅନେକ ଜଣଙ୍କୁ ଉଦ୍ଧାର କରାଯାଇଛି ।

ସେପଟେ ମୃତକଙ୍କ ପରିବାରକୁ ୫ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ।