fbpx

ଅପରାଧୀଙ୍କ ପାଇଁ ଆରମ୍ଭ ହେଲା ମାଷ୍ଟର ପ୍ଲାନ: ଏଥର ସାବାଡ ହେବେ କଏଦୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅପରାଧୀଙ୍କ ପାଇଁ ଜନ୍ତା ତିଆରି କରୁଛି ପୋଲିସ ଡିପାର୍ଟମେଣ୍ଟ । ଜେଲରେ ଥିବା କଏଦୀମାନଙ୍କୁ ସାବାଡ କରିବା ପାଇଁ ଆରମ୍ଭ ହେଉଛି ନୂଆ ମାଷ୍ଟର ପ୍ଲାନ । ଏଣିକି ସପ୍ତାହକୁ ଥରେ ଏହି ପ୍ଲାନରେ ଫସିବେ ବଡ ବଡ ଅପରାଧୀ । କାରଣ ଏବେ କଏଦୀମାନଙ୍କ ପାଇଁ ଆରମ୍ଭ ହେଉଛି ଜେଲ୍ ପରେଡ୍ ।

ଆଜି ଭୁବନେଶ୍ୱରର ଝାରପଡା ଜେଲରେ ପରେଡ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି । ୭ ଦିନ ଭିତରେ ଆସିଥିବା ସମସ୍ତ କଏଦୀମାନଙ୍କ ତଥ୍ୟ ସଂଗ୍ରହ କରାଯାଉଛି । ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କ ତତ୍ତ୍ୱାବଧାନରେ ଜେଲରେ ଆରମ୍ଭ ହୋଇଯାଇଛି ପରେଡ୍ କାର୍ଯ୍ୟକ୍ରମ । ତେବେ ଆଗକୁ ପ୍ରତ୍ୟେକ ରବିବାର ଜେଲରେ ପରେଡ୍ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ଦ୍ୱାରା ଅପରାଧୀମାନଙ୍କୁ ସାବାଡ କରିବ ପୋଲିସ ବିଭାଗ ।

Get real time updates directly on you device, subscribe now.