ଚାଲିଛି କୋଟିଆ କମିଟିର ପ୍ରଥମ ବୈଠକ, କୋଟିଆ ବିବାଦରେ ଆଜି ପଡ଼ିବ କି ଯବନିକା ?
ବିକଶିତ କୋଟିଆ ପାଇଁ ମାଷ୍ଟରପ୍ଲାନ କରିବାକୁ ଆଜି ବସିଛି ବୈଠକ । ଗଠିତ 16 ଜଣିଆ କମିଟିର ଏହା ପ୍ରଥମ ବୈଠକ । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି ।
ଭୁବନନେଶ୍ବର: ବିକଶିତ କୋଟିଆ ପାଇଁ ମାଷ୍ଟରପ୍ଲାନ କରିବାକୁ ଆଜି ବସିଛି ବୈଠକ । ଗଠିତ 16 ଜଣିଆ କମିଟିର ଏହା ପ୍ରଥମ ବୈଠକ । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି । ଲୋକସେବା ଭବନରେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ଚାଲିଛି । ବୈଠକରେ ବିଭିନ୍ନ ବିଭାଗର ସଚିବ ଉପସ୍ଥିତ ଅଛନ୍ତି । ଏହା ସହିତ ଉପସ୍ଥିତ ଅଛନ୍ତି ବିଭାଗର ରଘୁରାମ ମାଛ । କୋଟିଆ ବିବାଦର ସମାଧାନ ସହ ବିକାଶକୁ ନେଇ ଏହି ବୈଠକରେ ଆଲୋଚନା ହେବ ।
ଦୀର୍ଘ ବର୍ଷ ଧରି ଲାଗିରହିଥିବା ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ଲାଗି ରହିଥିବା କୋଟିଆ କଳିରେ ପଡ଼ିବ କି ଯବନିକା ? କୋଟିଆ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର କମିଟି ଗଠନ କରିବା ପରେ ସଂଚରିଛି ନୂଆ ଆଶା । ବିବାଦର ସମାଧାନ ଓ ତୃଣମୂଳ ସ୍ତରରେ ବିକାଶ ପହଞ୍ଚେଇବା ପାଇଁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ଏହି 16 ଜଣିଆ କମିଟି ।