ଜାତୀୟ ଗଣିତ ଦିବସରେ ଶ୍ରୀନିବାସ ରାମାନୁଜନଙ୍କୁ ଚିତ୍ରକଳାରେ ଶ୍ରଦ୍ଧାଞ୍ଜଳି: ଜାଣନ୍ତୁ ଗଣିତଜ୍ଞଙ୍କ ସମ୍ପର୍କରେ କିଛି ରୋଚକ ତଥ୍ୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶର ପ୍ରଖ୍ୟାତ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଜନ୍ମବାର୍ଷିକୀରେ ପାଳିତ ହୋଇ ଯାଇଛି ଜାତୀୟ ଗଣିତ ଦିବସ । ଏହି ଅବସରରେ ଚିତ୍ରକଳା ଜରିଆରେ ରାମାନୁଜନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି କଳାକାର ପ୍ରିୟଙ୍କା ସାହାଣୀ । ମାନବ ଜୀବନର ଉନ୍ନତିରେ ଗଣିତର ଅବଦାନ ସମ୍ପର୍କରେ ଉଲ୍ଲେଖ କରିବା ପାଇଁ ଏହି ଚିତ୍ରକଳା ପ୍ରସ୍ତୁତ କରିଛନ୍ତି ପ୍ରିୟଙ୍କା । ଏହି ଚିତ୍ରକଳା ପାଇଁ ପ୍ରିୟଙ୍କା କାଚ ଗ୍ଲାସ ସହିତ ପେଷ୍ଟର ବ୍ୟବହାର କରିଥିଲେ ।୨୨ ଡିସେମ୍ବର ୧୯୮୭ରେ ତାମିଲନାଡୁର ଏକ ଆୟଙ୍ଗର ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ଶ୍ରୀନିବାସ ରାମାନୁଜନ ।
କୁମ୍ବାକୋନାମର ସରକାରୀ କଲେଜରେ ପଢୁଥିବା ରାମାନୁଜନ କିନ୍ତୁ ପରୀକ୍ଷାରେ ଫେଲ ହୋଇଥିଲେ । ଗଣିତ ବ୍ୟତିତ ଅନ୍ୟ କୌଣସି ପାଠରେ ତାଙ୍କର ଧ୍ୟାନ ରହୁନଥିଲା । ୧୯୧୨ରେ ମାଦ୍ରାସ ପୋର୍ଟ ଟ୍ରଷ୍ଟରେ କାମ କରୁଥିବା ବେଳେ ଜଣେ ସାଥୀଙ୍କ ଜରିଆରେ ଟ୍ରିନିଟି କଲେଜର ପ୍ରଫେସର ଜିଏଚ୍ ହାର୍ଡିଙ୍କ ସଂସ୍ପର୍ଶରେ ଆସନ୍ତି । ଏହାପରେ ୧୯୧୭ରେ ଲଣ୍ଡନ ମ୍ୟାଥମେଟିକାଲ ସୋସାଇଟି ପାଇଁ ଚୟନ ହୁଅନ୍ତି । ଏଲିପ୍ଟିକ ଫଙ୍କସନ ଏବଂ ଥିଓରୀ ଅଫ୍ ନମ୍ବରକୁ ନେଇ ରିସର୍ଚ୍ଚ ପାଇଁ ରୟାଲ ସୋସାଇଟିକୁ ମଧ୍ୟ ଚୟନ କରାଯାଏ । ୧୯୧୯ରେ ଭାରତ ଫେରିବା ପରେ ମାତ୍ର ୩୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥାଏ । ୨୦୧୫ରେ ରାମାନୁଜନଙ୍କ ଉପରେ ଏକ ଫିଲ୍ମ ନିର୍ମାଣ ହୋଇ ସାରିଛି । ରାମାନୁଜନଙ୍କ ଜୀବନିକୁ ନେଇ ଦ ମ୍ୟାନ ହୁ ନିଉ ଇନଫିନିଟି ନାମରେ ଫିଲ୍ମଟି ତିଆରି ହୋଇଥିଲା । ଏପରିକି ନିଜର ୩୯୦୦ ଉପପାଦ୍ୟ(ଥିଓରମ) ଲେଖିଥିଲେ ରାମାନୁଜନ ।