ସୁନ୍ଦରୀ ଝିଅ ଦେଖି ସରକାରୀ ବାବୁଙ୍କର ବାହାରିଲା ଆଳୁଦୋଷ, ଡେପୁଟି କମିଶନରଙ୍କ ସହିତ ସାତ ଜଣ ଅଧିକାରୀ ହେଲେ ନିଲମ୍ବିତ
ମହିଳା ଅଧିକାରୀଙ୍କୁ ଯୌନ ଶୋଷଣ, ନିଲମ୍ବିତ ହେଲେ ଡେପୁଟି କମିଶନରଙ୍କ ସମେତ ସାତ ଜଣ ଅଧିକାରୀ
ଉତ୍ତରପ୍ରଦେଶ: ମହିଳା ଅଧିକାରୀଙ୍କୁ ଯୌନ ଶୋଷଣ, ନିଲମ୍ବିତ ହେଲେ ଡେପୁଟି କମିଶନରଙ୍କ ସମେତ ସାତ ଜଣ ଅଧିକାରୀ। ଉତ୍ତର ପ୍ରଦେଶରେ ଜଣେ ମହିଳା ଅଧିକାରୀଙ୍କ ଯୌନ ନିର୍ଯାତନା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ରାଜ୍ୟ ଟିକସ ବିଭାଗରେ ମଥୁରାରେ ନିଯୁକ୍ତ ଡେପୁଟି କମିଶନର କମଲେଶ କୁମାର ପାଣ୍ଡେଙ୍କ ସମେତ ସାତ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଯୁଗ୍ମ ସଚିବ ରଘୁବୀର ପ୍ରସାଦ ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ସମସ୍ତଙ୍କୁ ନିଲମ୍ବନ ଆଦେଶ ଜାରି କରିଛନ୍ତି।
କମଲେଶ କୁମାର ମଥୁରା ସେକ୍ସନ 1 ର ରାଜ୍ୟ ଟିକସ ବିଭାଗରେ ନିଯୁକ୍ତ ଅଛନ୍ତି। ତାଙ୍କ ଅଧୀନସ୍ଥ ମହିଳା ଅଧିକାରୀ ତାଙ୍କ ଉପରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ।
ସେ ଏହା ମଧ୍ୟ ଅଭିଯୋଗ କରିଥିଲେ ଯେ, ସେ ଅନେକ ଥର ଅନୈତିକ ବ୍ୟବହାର ମଧ୍ୟ କରିଥିଲେ।
ତଦନ୍ତ ସମୟରେ ଅଭିଯୋଗଗୁଡ଼ିକ ସତ ବୋଲି ପ୍ରମାଣିତ ହୋଇଥିଲା। ଏହା ଉପରେ, ତାଙ୍କୁ ଉତ୍ତର ପ୍ରଦେଶ ସରକାରୀ କର୍ମଚାରୀ ନିୟମ ଅନୁଯାୟୀ ନିଲମ୍ବିତ କରାଯାଇଛି।