fbpx

ଶ୍ରୀକୃଷ୍ଣ ଜନ୍ମଭୂମି-ମସଜିଦ ମାମଲା: ହାଇକୋର୍ଟଙ୍କ ବଡ ରାୟ, ମୁସଲମାନ ପକ୍ଷକୁ ଲାଗିଲା ଝଟକା

ନୂଆଦିଲ୍ଲୀ: ମଥୁରା ଶ୍ରୀକୃର୍ଷ୍ଣ ଜନ୍ମଭୁମି ଏବଂ କାଟ୍ରା କେଶବଦେବଙ୍କ ନାମରେ ଥିବା ଇଦଗାହ ମାମଲାରେ ବଡ଼ ରାୟ ଦେଇଛନ୍ତି ଆଲହାବାଦ ହାଇକୋର୍ଟ । ଏହି ମାମଲାରେ ମଥୁରା ଜିଲ୍ଲା କୋର୍ଟରେ ବିଚାରାଧୀନ ସିଭିଲ ମାମଲାର ସମାଧାନ କରିବାକୁ ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ ଏବଂ ଅନ୍ୟମାନଙ୍କ ଆବେଦନ ଉପରେ ବିଚାରପତି ପ୍ରକାଶ ପାଦିଆ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ କୋର୍ଟ ମଧ୍ୟବର୍ତ୍ତୀକାଳୀନ ଆଦେଶ ଏବଂ ସଂଶୋଧନ ଆଦେଶ ବିରୋଧରେ ଦାଖଲ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ।

କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଏହି ମାମଲାରେ ପୂର୍ବରୁ ନିଷ୍ପତ୍ତି ନିଆଯାଇଛି । ତେଣୁ, ଏହି ପ୍ରସଙ୍ଗରେ କୌଣସି ହସ୍ତକ୍ଷେପ କରାଯାଇପାରିବ ନାହିଁ । ଏହା ସହ କୋର୍ଟ ଏହି ଆବେଦନରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି । ଗତ ସୋମବାର ଦିନ ହାଇକୋର୍ଟ ଏହି ରାୟ ସଂରକ୍ଷିତ ରଖିଥିଲେ । ଆଜିର ନିଷ୍ପତ୍ତି ମୁସଲିମ ପକ୍ଷ ପାଇଁ ଏକ ଝଟକା ବୋଲି ବିବେଚନା କରାଯାଉଛି ।

Get real time updates directly on you device, subscribe now.