fbpx

ଚଳିତ ବର୍ଷ କେମିତି ହେବ ମାଟ୍ରିକ ପରୀକ୍ଷା , ଜାଣନ୍ତୁ କଣ କହିଲେ ଗଣଶିକ୍ଷା ମନ୍ତ୍ରୀ

Advertisement

ଭୁବନେଶ୍ୱର, ୩ା୧ (ଓଡିଶା ଭାସ୍କର): ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର୍ଥୀ ୮୦ ମାର୍କର ପରୀକ୍ଷା ଦେବେ । ପରୀକ୍ଷା ସରିବାର ୪୫ରୁ ୫୦ ଦିନ ମଧ୍ୟରେ ଫଳାଫଳ ପ୍ରକାଶ ପାଇବ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।

ତେବେ ୫୦ ମାର୍କ ଅବଜେକଟିଭ ଓ ୩୦ ମାର୍କ ସବଜେକଟିଭ ରହିବ । ପରୀକ୍ଷାର୍ଥୀ ୮୦ରୁ ରଖିଥିବା ମାର୍କକୁ ଭିତ୍ତିକରି ଅବଶିଷ୍ଟ ୨୦ ମାର୍କର ମୂଲ୍ୟାୟନ ହେବ ବୋଲି କୁହାଯାଇଛି । ଆସନ୍ତା ମେ ମାସରେ ହେବାକୁ ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସହ ସର୍ବଭାରତୀୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି । କୋଭିଡ କଟକଣା ଯୋଗୁ ବନ୍ଦ ଥିବା ଶିକ୍ଷାନୁଷ୍ଠାନ ଆସନ୍ତା ୮ ତାରିଖରେ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.