ବହି ବାହାରୁ ପଡ଼ିଛି ପ୍ରଶ୍ନ, ପରୀକ୍ଷା ଦେଇପାରିଲେନି ଛାତ୍ରଛାତ୍ରୀ

ମାଟ୍ରିକ ପ୍ରଶ୍ନପତ୍ରରେ ବିଭ୍ରାଟ । ଏତେ ବ୍ୟବସ୍ଥା ପରେ ବି ପଦାରେ ପଡ଼ିଲା ତ୍ରୁଟି ।

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ ପୁଣି ବିଭ୍ରାଟ ଦେଖିବାକୁ ମିଳିଛି । ଗତ ୧ ତାରିଖରେ ବିଜ୍ଞାନ ବିଷୟ ସି’ ସେଟ ପ୍ରଶ୍ନପତ୍ରରେ ୪ ମାର୍କ ପ୍ରଶ୍ନ କମ୍ ରହିଥିଲା ।

ଗୁରୁବାର ପରୀକ୍ଷାର ଶେଷ ଦିନରେ ତୃତୀୟ ଭାଷାର ବିକଳ୍ପ ଭାଷା ଭାବେ ଛାତ୍ରଛାତ୍ରୀଙ୍କୁ ମିଳିଥିବା ‘ଇଲେକ୍ଟ୍ରୋନିକ୍ସ ଆଣ୍ଡ ହରର୍ଡୱେର’ ବିଷୟ ପ୍ରଶ୍ନପତ୍ରରେ ପାଠ୍ୟକ୍ରମବାହାର ପ୍ରଶ୍ନ ରହିଛି । ଯାହା ମୋଟ ୫୦ ମାର୍କରୁ ୪୩ ମାର୍କ ।

ଏ ପ୍ରକାର ଗୁରୁତର ତ୍ରୁଟି ଯୋଗୁ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇପାରି ନ ଥିବା ନେଇ ବିଭିନ୍ନ ସ୍ଥାନରୁ ଅଭିଯୋଗ ସାମ୍ନାକୁ ଆସିଛି । ୨୦୨୪-୨୫ ପାଠ୍ୟକ୍ରମରେ ପଢ଼ାଯାଉଥିବା ବିଷୟ ମଧ୍ୟରୁ ପ୍ରଶ୍ନତ୍ର ନ ଆସିଥିବାରୁ ପିଲାମାନେ ଉତ୍ତର ଲେଖି ପାରିନାହାନ୍ି ।

ପିଲାମାନଙ୍କ ସମୁଦାୟ ବିଷୟ ମଧ୍ୟରେ ଏକ୍ସଟ୍ରା ଅପ୍ସନାଲ ତୃତୀୟ ଭାଷା ଥାଏ । ଯେଉଁ ପିଲାମାନେ ତୃତୀୟ ଭାଷା ଚୟନ କରି ନ ଥାନ୍ତି ସେମାନେ ବୈଷୟିକ ଶିକ୍ଷା ଉପରେ ପଢ଼ିବାର ବ୍ୟବସ୍ଥା ଅଛି । ସେଥିରେ ରହିଛି ଇଲେକ୍ଟ୍ରୋନିକ୍ସ ହାର୍ଟୱେର ଏବଂ ଅଟୋମୋବାଇଲ୍ସ । ଯାହା ସୀମିତ ସ୍କୁଲଗୁଡ଼ିକରେ ପଢ଼ାଯାଏ ।