fbpx

ଏଣିକି ବର୍ଷକୁ ୨ ଥର ବୋର୍ଡ ପରୀକ୍ଷା ଦେବେ ମାଟ୍ରିକ ପିଲା: ୨୦୨୫ରୁ ଦ୍ୱାଦଶ ପିଲା ବି ହେବେ ସାମିଲ

ନୂଆଦିଲ୍ଲୀ: ଦେଶରେ ମାଟ୍ରିକ ଏବଂ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପରୀକ୍ଷା ପ୍ରଣାଳୀରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଆସନ୍ତାବର୍ଷରୁ ମାଟ୍ରିକ ପିଲାଙ୍କ ପାଇଁ ବାର୍ଷିକ ୨ ଥର ବୋର୍ଡ ପରୀକ୍ଷା ଅନୁଷ୍ଠିତ କରିବା ନେଇ ଆଲୋଚନା ହେଉଛି । ଏଥିପାଇଁ ଲଜିଷ୍ଟିକ୍ସ ବିକଶିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ଆସନ୍ତା ୨୦୨୫-୨୬ ଶିକ୍ଷାବର୍ଷରୁ ଏହି ନିୟମ ଲାଗୁ ହେବ କରିପାରେ ସିବିଏସଇ । ଆସନ୍ତା ଶିକ୍ଷାବର୍ଷରୁ ସେମିଷ୍ଟର ପ୍ରଣାଳୀକୁ ଖାରଜ କରିଥିବା ସୂଚନା ମିଳିଛି ।

ରିପୋର୍ଟ ଅନୁଯାୟୀ, ସିବିଏସ୍ଇ ବର୍ତ୍ତମାନ ସ୍ନାତକୋତ୍ତର ଆଡମିଶନ କାର୍ୟ୍ୟସୂଚୀରେ ବାଧା ନ ଦେଇ ବୋର୍ଡ ପରୀକ୍ଷାର ଅତିରିକ୍ତ ସେଟ୍ ସ୍ଥାନିତ କରିବାକୁ ଏକାଡେମିକ୍ କ୍ୟାଲେଣ୍ଡରର ସଂରଚନା ଉପରେ କାର୍ୟ୍ୟ କରୁଛି। ନୂତନ ଜାତୀୟ ଶିକ୍ଷା ନୀତି (NEP ୨୦୨୦) ଅଧୀନରେ ଏହି ସମସ୍ତ ପରିବର୍ତ୍ତନ କରାଯାଉଛି । ଗତବର୍ଷ କେନ୍ଦ୍ର ସରକାର ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ଅନୁସାରେ, ଶିକ୍ଷା ପ୍ରଣାଳୀରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ ନେଇ ଘୋଷଣା କରିଛି । ଏଥିରେ ୨୦୨୪ ଶିକ୍ଷାବର୍ଷ ପାଇଁ ପାଠ୍ୟପୁସ୍ତକକୁ ବିକଶିତ କରିବା ସହ ନୂଆ ପାଠ୍ୟକ୍ରମ ଡାଞ୍ଚାକୁ ସାମିଲ କରିବାକୁ ଯାଉଛି । ଏହି ନୂଆ ପାଠ୍ୟକ୍ରମ ଡାଞ୍ଚାରେ ବାର୍ଷିକ ୨ ଥର ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବା ଯୋଜନା ମଧ୍ୟ ସାମିଲ ରହିଛି ।

ଗତବର୍ଷ ଛତିଶଗଡ଼ର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘୋଷଣା କରିଥିଲେ । ସେ କହିଥିଲେ ଯେ, ଆସନ୍ତାବର୍ଷରୁ ବାର୍ଷିକ ୨ ଥର ବୋର୍ଡ ପରୀକ୍ଷା ଆୟୋଜନ କରିବା ପ୍ରତିଶ୍ରୁତିକୁ ମୋହର ମାରିଛନ୍ତି ମାରିଛନ୍ତି । ୨୦୨୫-୨୬ ଶିକ୍ଷାବର୍ଷରୁ ମାଟ୍ରିକ ଏବଂ ଦସ୍ୱାଦଶ ଶ୍ରେଣୀର ପିଲାମାନଙ୍କୁ ୨ ଥର ବୋର୍ଡ ପରୀକ୍ଷାରେ ସାମିଲ ହେବାର ସୁଯୋଗ ମିଳିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ସୂଚନା ଦେଇଥିଲେ । ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଦେବା ପରେ ଉଭୟ ପରୀକ୍ଷାରୁ ମିଳିଥିବା ସର୍ବାଧିକ ମାର୍କକୁ ସେମାନେ ଆଗାମୀ ଭବିଷ୍ୟତ ପାଇଁ ବ୍ୟବହାର କରିପାରିବେ ।

Get real time updates directly on you device, subscribe now.