fbpx

ଝିଅ ବଡ଼ ହୋଇଗଲା, ସବୁ ସକ୍ଷମ… ତେଣୁ ଏମିତି କହିଲେ କୋର୍ଟ

ଓଡ଼ିଶା ଭାସ୍କର ବ୍ୟୁରୋ: ଝିଅ ବଡ଼ ହୋଇଗଲାଣି । ପ୍ରାପ୍ତ ବୟସ୍କା ହେବା ସହ ଶାରିରୀକ ଓ ମାନସିକ ଭାବରେ ସୁସ୍ଥ ଅଛି । ଏଥିସହ ଶିକ୍ଷା ଲାଭ ମଧ୍ୟ କରିଛନ୍ତି । ପୁଣି ପିତାଙ୍କ ନିକଟରୁ ଭରଣ ପୋଷଣ ମାଗିବ କାହିଁକି? ଏକଥା ଆମେ କହୁନୁ, କୋର୍ଟଙ୍କ ନିର୍ଦ୍ଦେଶ ଏହା ।

ଉପରୋକ୍ତ ମର୍ମରେ ଜଣେ ପିତା କୋର୍ଟରେ ଆବେଦନ କରିଥିଲେ । ସେ ଦର୍ଶାଇଥିଲେ ଯେ ସିଜିଏମ୍ କୋର୍ଟ ୨୦୧୮ରେ ନିର୍ଦ୍ଦେଶ ଦେଇଥିଲେ ଅଲଗା ପ୍ରକାର । ଜଣେ ଝିଅ ପିତାଙ୍କ ନିକଟରୁ ଅଲଗା ରହୁଥିଲେ ମଧ୍ୟ ପିତା ତାଙ୍କୁ ମାସକୁ ୩୦୦୦ ଟଙ୍କା ଦେବାକୁ ବାଧ୍ୟ । ଏହାକୁ ଚାଲେଞ୍ଜ କରିଥିଲେ ସମ୍ପୃକ୍ତ ପିତା । ଉପର କୋର୍ଟରେ ନିବେଦନ କରିଥିଲେ । ସିଜିଏମ୍ କୋର୍ଟଙ୍କ ନିର୍ଦ୍ଦେଶକୁ ଏଡିଜିଏମ୍ କୋର୍ଟ ଖାରଜ କରିବା ସହ କହିଥିଲେ ଯେ ଝିଅ ଯଦି ପ୍ରାପ୍ତ ବୟସ୍କା, ଶିକ୍ଷିତ ଓ ଶାରିରୀକ ମାନସିକ ଭାବରେ ସୁସ୍ଥ ତେବେ ତାକୁ ଖର୍ଚ୍ଚ ଦିଆଯିବା ଉଚିତ୍ ନୁହେଁ । ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନେକ କ୍ଷେତ୍ରରେ ଠିକ୍ ବୋଲି ମଧ୍ୟ କୁହାଯାଉଛି ।

ସୂଚନା ଅନୁସାରେ ସମ୍ପୃକ୍ତ ପିତା ରେଳବାଇରୁ ଅବସର ଗ୍ରହଣ କରିଛନ୍ତି କିନ୍ତୁ ପତ୍ନୀଙ୍କ ସହ ଅନେକ ଦିନରୁ ବିବାଦ ଚାଲିଥିଲା । ସେହିପରି ସେ ତାଙ୍କ ଝିଅ ଠାରୁ ଅଲଗା ରହୁଛନ୍ତି । ତେଣୁ ପ୍ରତିମାସ ତାଙ୍କୁ ୩ହଜାର ଟଙ୍କା ଦେବାକୁ ବାଧ୍ୟ ହେଉଛନ୍ତି । ତେବେ ୭୦ବର୍ଷୀୟ ପତ୍ନୀଙ୍କୁ ଖର୍ଚ୍ଚ ଦିଆଯିବ, ହେଲେ ଝିଅ ଛୋଟ ଥିଲେ ତା ଖର୍ଚ୍ଚ ଦିଆଯାଇଥାନ୍ତା । କିନ୍ତୁ ଝିଅ ତ ବଡ଼ ହେଲାଣି, ସବୁ ସକ୍ଷମ । ତାକୁ ଖର୍ଚ୍ଚ ଦେବାକୁ ପିତା ବାଧ୍ୟ ନୁହନ୍ତି ବୋଲି କୋର୍ଟ ଦର୍ଶାଇଛନ୍ତି । ଯୁବତୀଙ୍କ ଓକିଲଙ୍କ ଯୁକ୍ତିକୁ କୋର୍ଟ କହିଥିଲେ ଯେ ପ୍ରାପ୍ତ ବୟସ୍କା ହୋଇଥିବାରୁ ସେ ପିତାଙ୍କଠାରୁ କ୍ଲେମ୍ ନେଇପାରିବେ ନାହିଁ ।

 

Get real time updates directly on you device, subscribe now.