fbpx

MCD Mayor Election ଡେଟ୍ ଫାଇନାଲ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଘୋଷଣା ହେଲା ତାରିଖ

Advertisement

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଦିଲ୍ଲୀ ନଗର ନିଗମ (ଏମସିଡି) ମେୟର ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ନିକଟରେ ସୁପ୍ରିମକୋର୍ଟଙ୍କ ତରଫରୁ ଆମ ଆଦମୀ ପାର୍ଟି (ଆପ)କୁ ଆଶ୍ୱସ୍ତି ମିଳିଥିଲା । ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଏବେ ମେୟର ନିର୍ବାଚନ ତାରିଖ ଘୋଷଣା କରାଯାଇଛି । ଏ ବାବଦରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉପରାଜ୍ୟପାଳ ଭି.କେ ରାଜ୍ୟପାଳଙ୍କୁ ଚିଠି ଲେଖିଥିଲେ ।

ସୂଚନା ମୁତାବକ, ଆସନ୍ତା ୨୨ ତାରିଖରେ ଏମସିଡି ମେୟର ନିର୍ବାଚନ ହେବ । ଉକ୍ତ ତାରିଖରେ ସକାଳ ୧୧ଟା ସମୟରେ ଏମସିଡି ସଦନରେ ଭୋଟିଂ କରାଯିବ । କେଜ୍ରିୱାଲ ଉପରାଜ୍ୟପାଳଙ୍କୁ ଲେଖିଥିବା ଚିଠିରେ ଫେବୃଆରୀ ୨୨ରେ ନିର୍ବାଚନ କରାଇବା ନେଇ ଉଲ୍ଲେଖ କରିଥିଲେ । ଏବେ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଉପରେ ମୋହର ବାଜିଛି । ପୂର୍ବରୁ ମେୟର ନିର୍ବାଚନ ସ୍ଥଗିତ ହୋଇଥିବା ବେଳେ ଏବେ ତାରିଖ ଚୂଡ଼ାନ୍ତ ହୋଇଛି । ମେୟର ନିର୍ବାଚନକୁ ନେଇ ବିଜେପି-ଆପ୍ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା ।

ପୂର୍ବରୁ ନିର୍ବାଚନ ନେଇ ପ୍ରୟାସ ଜାରି ରହିଥିଲେ ହେଁ ତାରିଖ ଚୂଡ଼ାନ୍ତ ହୋଇପାରୁ ନଥିଲା । ମନୋନୀତ ସଦସ୍ୟ ବା ବୟସ୍କ ବ୍ୟକ୍ତିଙ୍କୁ ଭୋଟିଂ ଅଧିକାର ଦେବା ନେଇ ବିଜେପି ଲଗାତର ଦାବି କରିଆସୁଥିଲା । ମାତ୍ର ଆପ୍ ଏହାକୁ ବିରୋଧ କରିଆସୁଥିଲା । ତେବେ ସୁପ୍ରିମକୋର୍ଟ ଆପ ପାର୍ଟିର ସପକ୍ଷରେ ନିଷ୍ପତ୍ତି ଶୁଣାଇ ମନୋନୀତ ସଦସ୍ୟଙ୍କର ଭୋଟିଂ ଅଧିକାର ନାହିଁ ବୋଲି କହିଥିଲେ । ଏଥିସହିତ ୨୪ ଘଣ୍ଟା ମଧ୍ୟରେ ନିର୍ବାଚନକୁ ନେଇ ବିଜ୍ଞପ୍ତି ଜାରି ହେବା ଆବଶ୍ୟକ ବୋଲି କୋର୍ଟ ସ୍ପଷ୍ଟ ଭାବେ କହିଥିଲେ । ପରିଣାମସ୍ୱରୂପ ଆଉ ୩ ଦିନ ପରେ ନିର୍ବାଚନ ହେବାକୁ ଯାଉଛି ।

Get real time updates directly on you device, subscribe now.