fbpx

ଅବଦୁଲ ରେହମାନ ମକ୍କିଙ୍କୁ ଜାତିସଂଘ ତାଲିକାଭୁକ୍ତ ଆତଙ୍କବାଦୀ ଘୋଷଣା କଲା ଭାରତ

ନୂଆଦିଲ୍ଲୀ: ପାକିସ୍ତାନ ଆତଙ୍କବାଦୀ ଅବଦୁଲ ରେହମାନ ମକ୍କିଙ୍କୁ ବୁଧବାରଦିନ ଭାରତ ଜାତିସଂଘ ତାଲିକାଭୁକ୍ତ ଆତଙ୍କବାଦୀ ଘୋଷଣା କରିଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ ଏହି ନିର୍ଦ୍ଦେଶ ତୁରନ୍ତ କାର୍ଯ୍ୟକାରୀ ହେବ । ଅବଦୁଲ ରେହମାନ ମକ୍କି ଆତଙ୍କବାଦୀ ସଂଗଠନ ଲଶ୍କର-ଏତାଇବାର ଡେପୁଟି ନେତା ।

ଅବଦୁଲ ରେହମାନ ମଧ୍ୟ ମକ୍କି ଆତଙ୍କବାଦୀ ହାଫିଜ ସଇଦର ଶାଳକ ଅଟେ । ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ମକ୍କି ହେଉଛି ଏଲଇଟିର ଡେପୁଟି ଚିଫ୍ ଯିଏ ଏଲଇଟିର ବୈଦେଶିକ ସମ୍ପର୍କ ବିଭାଗର ମୁଖ୍ୟ ତଥା ଶୁରାର ସଦସ୍ୟ ଭାବରେ କାର୍ଯ୍ୟ କରିଛନ୍ତି । ଦୁଇ ସପ୍ତାହ ପୂର୍ବରୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଆତଙ୍କବାଦୀ ଅବଦୁଲ ରେହମାନ ମକ୍କିଙ୍କୁ ବିଶ୍ୱ ଆତଙ୍କବାଦୀ ତାଲିକାଭୁକ୍ତ କରିଥିଲା ।

ମକ୍କିକୁ ତାଲିକାଭୁକ୍ତ କରିବା ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତାର ଆଭିମୁଖ୍ୟ ଗ୍ରହଣ କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ଲଶ୍କର ଆତଙ୍କବାଦୀ ଅବଦୁଲ ରେହମାନ ମକ୍କି ତାଲିକାଭୁକ୍ତ କରିବାକୁ ଜାତିସଂଘ ସୁରକ୍ଷା ପରିଷଦର ପ୍ରତିବନ୍ଧକ କମିଟିର ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ ।

Get real time updates directly on you device, subscribe now.