ମାଆକୁ ମୁସଲିମ, ଝିଅକୁ ଦଳିତ ପୁଅ ସହ ହେଲା ପ୍ରେମ, ବାପା କଣ୍ଟା ହେବାରୁ ନେଲେ ଏଭଳି ଭୟଙ୍କର ଷ୍ଟେପ୍
ଉତ୍ତର ପ୍ରଦେଶର ମିରଟରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ତାଙ୍କ ଝିଅ ସହିତ ମିଶି ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି।
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମିରଟରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ତାଙ୍କ ଝିଅ ସହିତ ମିଶି ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି। କାରଣ ଥିଲା ପ୍ରେମ ସମ୍ପର୍କ। ପ୍ରକୃତରେ, ମାଆର ଜଣେ ମୁସଲିମ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ଥିବା ବେଳେ ଝିଅର ମଧ୍ୟ ଜଣେ ପ୍ରେମିକ ଥିଲା, ଯିଏ ଜଣେ ଦଳିତ ଶ୍ରେଣୀର। କିନ୍ତୁ ବାପା ବିରୋଧ କରିବାରୁ ଝିଅ ଏବଂ ମାଆ ମିଶି ତାଙ୍କୁ ହତ୍ୟା କରିଛନ୍ତି।
ଏହି ମାମଲାଟି ମିରଟର ଜାନି ଅଞ୍ଚଳର। ଏଠାରେ ଜଣେ ଚାଷୀ ସୁଭାଷ ଉପାଧ୍ୟାୟଙ୍କୁ ତାଙ୍କ ଝିଅ ସୋନମ ଏବଂ ତାଙ୍କ ପ୍ରେମିକ ବିପିନ, ମାଆ କବିତା ଏବଂ ତାଙ୍କ ପ୍ରେମିକ ଗୁଲଜାର, ସମସ୍ତେ ମିଶି ହତ୍ୟା କରିଛନ୍ତି। ସୁଭାଷଙ୍କ ହତ୍ୟାର ମୁଖ୍ୟ କାରଣ ଥିଲା ତାଙ୍କ ଝିଅ ସୋନମର ପ୍ରେମ ସମ୍ପର୍କ। ସୋନମ ଜଣେ ଦଳିତ ଯୁବକଙ୍କୁ ପ୍ରେମ କରୁଥିଲେ। ହେଲେ ତାଙ୍କ ବାପା ସୁଭାଷ ଉପାଧ୍ୟାୟ ଏହି ପ୍ରେମ ସମ୍ପର୍କକୁ ବିରୋଦ୍ଧ କରିଥିଲେ ।
ଅନ୍ୟପକ୍ଷରେ, ସୁଭାଷଙ୍କ ପତ୍ନୀ କବିତାଙ୍କର ମଧ୍ୟ ଜଣେ ମୁସଲିମ ଯୁବକ ଗୁଲଜାରଙ୍କ ସହିତ ସମ୍ପର୍କ ଥିଲା। ସେ ମଧ୍ୟ ତାଙ୍କ ସ୍ୱାମୀଙ୍କଠାରୁ ମୁକ୍ତି ପାଇବାକୁ ଚାହୁଁଥିଲେ। କବିତା ମଧ୍ୟ ତାଙ୍କ ଝିଅ ସହିତ ଏହି ହତ୍ୟାକାଣ୍ଡରେ ସାମିଲ ହୋଇଥିଲେ ଏବଂ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିଲେ। ପୋଲିସ ପାଞ୍ଚ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଜେଲ ପଠାଇଛି। ଅଭିଯୁକ୍ତମାନଙ୍କ ମଧ୍ୟରେ କବିତା, ସୋନମ, ଗୁଲଜାର, ବିପିନ ଏବଂ ଅନ୍ୟ ଜଣେ ଯୁବକ ଅସଗର ମଧ୍ୟ ସାମିଲ ଅଛନ୍ତି ।
ମାଆଙ୍କ ସାହାଯ୍ୟରେ ନିଜ ବାପାକୁ ହତ୍ୟା କଲା ଝିଅ
ସୋନମ ଜାଣିଥିଲେ ଯେ ତାଙ୍କ ମାଆ କବିତାଙ୍କର ମଧ୍ୟ ଜଣେ ମୁସଲିମ ପୁରୁଷଙ୍କ ସହିତ ସମ୍ପର୍କ ଅଛି। କବିତା ମଧ୍ୟ ତାଙ୍କ ସ୍ୱାମୀ ସୁଭାଷଙ୍କୁ ଛାଡ଼ି ମୁସଲିମ ପ୍ରେମିକଙ୍କ ସହିତ ରହିବାକୁ ଚାହୁଁଥିଲେ। ତା’ପରେ ମାଆ ଏବଂ ଝିଅ ନିଜ ନିଜ ପ୍ରେମିକଙ୍କ ସହିତ ମିଶି ଏହି ହତ୍ୟାକାଣ୍ଡର ଯୋଜନା କରିଥିଲେ।
ସେମାନେ ଏପ୍ରିଲ ମାସରୁ ସୁଭାଷଙ୍କୁ କିପରି ରାସ୍ତାରୁ ହଟାଇବେ, ସେ ବିଷୟରେ ଚିନ୍ତା କରୁଥିଲେ। ଏଥିପାଇଁ ସେ ତାଙ୍କ ମାଆ କବିତା ଏବଂ ତାଙ୍କ ପ୍ରେମିକ, ଏବଂ ନିଜ ପ୍ରେମିକ ବିପିନ ଓ ତାଙ୍କ ବନ୍ଧୁ ଅସଗରଙ୍କ ସାହାଯ୍ୟ ନେଇ ସୁଭାଷଙ୍କୁ ହତ୍ୟା କରିଥିଲେ। ବର୍ତ୍ତମାନ ସମସ୍ତ ଅଭିଯୁକ୍ତ ଜେଲରେ ଅଛନ୍ତି। ମାମଲାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଚାଲିଛି।