fbpx

ମୋଦୀ ମନ୍ତ୍ରୀମଣ୍ଡଳରେ ସର୍ବକନିଷ୍ଠ ମନ୍ତ୍ରୀ; ଜାଣନ୍ତୁ କିଏ

Advertisement

ନୂଆଦିଲ୍ଳୀ: ଭାରତୀୟ ରାଜନୀତିରେ ୫୦ ବର୍ଷର ନେତାଙ୍କୁ ଯୁବନେତା କୁହାଯାଉଥିବା ବେଳେ ନିଶୀଥ କୁମାର ପରମାଣିକଙ୍କୁ ହୋଇଛି ମାତ୍ର ୩୫ । ବୁଧବାର ଅନୁଷ୍ଠିତ କ୍ୟାବିନେଟ ସଂପ୍ରସାରଣରେ କୁଚବିହାର ସାଂସଦ ନିଶିଥ୍ ପରମାଣିକଙ୍କୁ ମୋଦି କ୍ୟାବିନେଟରେ ସାମିଲ କରାଯାଇଛି । ମାତ୍ର ୩୫ ବର୍ଷରେ ମନ୍ତ୍ରୀ ଭାବରେ ସାମିଲ ହୋଇଥିବା ନିଶୀଥ ମୋଦି କ୍ୟାବିନେଟରେ ସର୍ବକନିଷ୍ଠ ମନ୍ତ୍ରୀର ମାନ୍ୟତା ପାଇଛନ୍ତି ।

ବୁଧବାର ରାଷ୍ଟ୍ରମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ପରମାଣିକ କୁଚବେହାରର ପ୍ରଥମ ମନ୍ତ୍ରୀ ହେବାର ମାନ୍ୟତା ହାସଲ କରିଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ବଜେପିର ଚମକ୍ରାର ପ୍ରଦର୍ଶନରେ ପଛରେ ପରମାଣିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା । ପରମାଣିକଙ୍କ ଉନିଶେ ହାଫ୍, ଇକିଶେ ସାଫ୍ (୧୯ରେ ଅଧା, ୨୧ରେ ଶେଷ) ସ୍ଲୋଗାନ୍ ପଶ୍ଚିମବଙ୍ଗରେ ବିଜେପିର ଅଭ୍ୟୁଦୟରେ ବଡ ଅବଦାନ ରଖିଥିଲା । ୨୦୧୯ ଯାଏଁ ତୃଣମୂଳ କଂଗ୍ରେସର ସଦସ୍ୟ ରହିଥିବା ପରମାଣିକ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ । ପରମାଣିକଙ୍କ ଚମକ୍ରାର ନେତୃତ୍ୱ ବଳରେ ପଶ୍ଚିମବଙ୍ଗର ଉତ୍ତର ଭାଗରେ ସମସ୍ତ ଆସନ ଜିତି ନେଇଥିଲା ବିଜେପି । ପରମାଣିକ ମାତ୍ର ୩୫ ବର୍ଷରେ ରାଷ୍ଟ୍ରମନ୍ତ୍ରୀ ହୋଇଥିବା ବେଳେ କ୍ୟାବିନେଟର ହାରାହାରି ବୟସ ୫୮ ରହିଛି ।

Get real time updates directly on you device, subscribe now.