fbpx

କୋର୍ଟରୁ ବଞ୍ଚିବାକୁ ମେହୁଲ ଚୋକସିର ନୂଆ ଚାଲ୍, ମାନସିକ ଅବସାଦ ଭିତରେ ଥିବା କହିବାରୁ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଘୋଟାଲାର ଆରୋପୀ ତଥା ପଳାତକ ବ୍ୟବସାୟୀ ମେହୁଲ ଚୋକସି ବର୍ତ୍ତମାନ କୋର୍ଟଠାରୁ ବଞ୍ଚିବା ପାଇଁ ନୂଆ ପନ୍ଥା ଆପଣାଇଛି । ତେବେ ଚୋକସି ଡୋମିନିକାରେ ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର ହେବାକୁ ଏବେ ନୁଆ ବାହାନା କରିଛି । ସେ ଏହା କହିକି ବଞ୍ଚିବାକୁ ଚେଷ୍ଟା କରିଛି ଯେ, ସେ ମାନସିକ ଅବସାଦ ମଧ୍ୟରେ ରହିଛି । ତେଣୁ କୋର୍ଟ ପକ୍ଷରୁ ଶୁଣାଣିକୁ ୨୫ ତାରିଖକୁ ସ୍ଥଗିତ ରଖାଯାଇଛି ।

ଡୋମିନିକାର ମାଜିଷ୍ଟ୍ରେଟ୍ କୋର୍ଟ ପକ୍ଷରୁ ଚୋକସି ବିରୋଧରେ କାରିବିୟାନ୍ ଦ୍ୱୀପପୁଞ୍ଜରେ ଅବାଧରେ ପହଞ୍ଚିଥିବା କେସ୍ ର ଶୁଣାଣି କରାଯାଉଛି । ଗଣମାଧ୍ୟମର ରିପୋର୍ଟ ମୁତାକବ, ଡୋମିନିକାର ମାଜିଷ୍ଟ୍ରେଟ୍ କୋର୍ଟରେ ଚୋକସିର ଅବାଧ ପ୍ରବେଶକୁ ନେଇ ମେ ୨୩ ତାରିଖରେ ଶୁଣାଣି ଆରମ୍ଭ ହୋଇଛି । ହେଲେ ମେହୁଲ ଚୋକସି ପକ୍ଷରୁ ଥିବା ଲଢ଼ୁଥିବା ଓକିଲ ଏକ ରିପୋର୍ଟ ଦେଇଛନ୍ତି । ଯେଉଁଥିରେ ଚୋକସି ମାନସିକ ଅବସାଦ ଭିତରେ ଥିବା ଦର୍ଶାଯାଇଛି । ଏହାପରେ କୋର୍ଟର ଶୁଣାଣିକୁ ୨୫ ଜୁନ୍ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।

Get real time updates directly on you device, subscribe now.