fbpx

କେନ୍ଦ୍ରାପଡାରେ ଗଡିବ ମେମୁ ଟ୍ରେନ, ଆସନ୍ତା ୫ରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

Advertisement

ଓଡ଼ିଶା ଭାସ୍କର: କେନ୍ଦ୍ରାପଡାରେ ଗଡିବ ମେମୁ ଟ୍ରେନ । ଆସନ୍ତା ମଙ୍ଗଳବାର ଅର୍ଥାତ ୫ ତାରିଖ ଦିନ ଏହି ଟ୍ରେନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ ଏହାକୁ ନେଇ କେନ୍ଦ୍ରାପଡାବାସୀ ବେଶ ଉତ୍ସାହିତ ରହିଛନ୍ତି।

ସୂଚନା ଥାଉକି, ଆସନ୍ତା ୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ୧୯ ହଜାର ୬ଶହ କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ କରିବେ । ଏହି ପ୍ରକଳ୍ପଗୁଡିକ ମଧ୍ୟରେ ରହିଛି ତେଲ,ଗ୍ୟାସ, ରେଳବାଇ ସଡକ ଓ ପରିବହନ ପ୍ରକଳ୍ପ । ଏହା ସହ ସେ କେନ୍ଦ୍ରାପଡାର ମେମୁ ଟ୍ରେନକୁ ଉଦଘାଟନ ମଧ୍ୟ କରିବେ।

 

Get real time updates directly on you device, subscribe now.