ଜଳୁଛି ପଶ୍ଚିମ ଓଡ଼ିଶା: ସମ୍ବଲପୁରରେ ୪୬ ଟପିଲା ପାରଦ, ଭୁବନେଶ୍ୱରରେ ୪୪.୩

ଭୁବନେଶ୍ୱର: ତାତିରେ ଲାଗୁନି ବ୍ରେକ୍ । ପ୍ରଚଣ୍ଡ ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ସୋମବାର ସିଝିଛି ସମ୍ପୁର୍ଣ୍ଣ ଓଡ଼ିଶା । ସୋମବାର ସମ୍ବଲପୁରରେ ପାରଦ ୪୬ ଡିଗ୍ରୀ ପାର କରିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ୪୪ ଡିଗ୍ରୀ ପାର କରିଛି । ସୋମବାର ମୋଟ ୩୦ ସହରରେ ପାରଦ ୪୦ ଡିଗ୍ରୀ ପାର କରିଛି । ପୁର୍ବରୁ ୧୯୯୮ ମସିହାରେ ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୭.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସୋମବାର ଏହା ୪୬.୧ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱରରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୪.୩ ଡ଼ିଗ୍ରୀ ରେକର୍ଡ କରାଯାଇଛି ।

ସେହିପରି ହୀରାକୁଦରେ ୪୫.୬ ଡିଗ୍ରୀ, ସୋନପୁର ୪୫ ଡିଗ୍ରୀ, ବରଗଡ ୪୪.୯ ଡିଗ୍ରୀ, ଭୁବନେଶ୍ୱର ୪୪.୩ ଡିଗ୍ରୀ, ବଲାଙ୍ଗୀର, ବୌଦ୍ଧ, ଟିଟିଲାଗଡ଼, ନୟାଗଡ଼ ଏବଂ ତାଳଚେର ୪୪ ଡିଗ୍ରୀ ରେକର୍ଡ କରାଯାଇଛି ।

Image

ଅନ୍ୟପଟେ ଆଜି ଅପରାହ୍ନରେ ବାଲେଶ୍ୱରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଜିଲ୍ଲାର ଅନେକ ଅଞ୍ଚଳରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ହୋଇଥିଲା। କାଳବୈଶାଖୀ ପବନ ଯୋଗୁଁ ଅନେକ ଜାଗାରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଛି। କିଛି ଜାଗାରେ କଚା ଘର ମଧ୍ୟ ଭାଙ୍ଗି ଯାଇଥିବା ସୂଚନା ମିଳିଛି।