ଜୁନ ମାସରେ ଗ୍ରହଙ୍କ ରାଜକୁମାର ଦୁଇଥର ବଦଳାଇବେ ନିଜ ଚାଲ୍, ଜାଣନ୍ତୁ ଏହି ରାଶି ହେବେ ଲାଭବାନ୍
ବୁଧ ଗୋଚର ୨୦୨୫, ଏହି ରାଶିମାନେ ହେବେ ଲାଭବାନ
ଓଡ଼ିଶା ଭାସ୍କର: ୬ଜୁନରେ ବୁଧ ଗ୍ରହ ସକାଳ ୬ଟା ୨୯ମିନିଟରେ ମିଥୁନ ରାଶିରେ ପ୍ରବେଶ କରିବେ। ବୁଧଙ୍କ ଆଗାମୀ ରାଶି ପରିବର୍ତ୍ତନ ୨୫ ଦିନ ପରେ ହେବ।
୨୨ ଜୁନ ୨୦୨୫ରେ ବୁଧ ଗ୍ରହ କର୍କଟ ରାଶିରେ ପ୍ରବେଶ କରିବେ। ବୁଧଙ୍କ ଦୁଇଟି ଗୋଚର ଜୁନ ମାସରେ ହିଁ ହେବ। ଏହା ଧନ ବୃଦ୍ଧି ଯୋଗର ନିର୍ମାଣ କରିବ, ଯେଉଁଥିରେ ଅନେକ ରାଶିଗୁଡ଼ିକୁ ଲାଭ ମିଳିବ।
ମେଷ: ଆପଣଙ୍କ ବାଣିଜ୍ୟ ବ୍ୟବସାୟରେ ଅଭିବୃଦ୍ଧି ଘଟିବ। ଏହି ସମୟ ଆପଣଙ୍କ ପାଇଁ ଶୁଭ। ଏହି ସମୟରେ ଆପଣଙ୍କ ଅଟକିଥିବା କାର୍ଯ୍ୟ ପୂରଣ ହେବ। ମାନସମ୍ମାନରେ ବୃଦ୍ଧି ଘଟିବ। ପୁରୁଣା କର୍ଜ ଏବଂ ଲୋନ ସମାପ୍ତ ହେବ। ସମୁଦାୟ ମିଶି ଏହି ସମୟ ଆପଣଙ୍କ ପାଇଁ ଲାଭ ରହିବ।
ମିଥୁନ: ଆପଣଙ୍କ ପାଇଁ ବୁଧଙ୍କ ଗୋଚର ଲାଭକାରୀ ରହିବ। ପ୍ରମୋଶନ ହେବାର ଯୋଗ ରହିଛି। ଆପଣଙ୍କ କାର୍ଯ୍ୟରେ ସଫଳତା ମିଳିବ ଏବଂ ବିଜନେସରେ ଆପଣଙ୍କ ବୃଦ୍ଧି ଘଟିବ। ଆପଣଙ୍କ ପାଇଁ ଏହି ସମୟ ଶୁଭ ଏବଂ ଭାଗ୍ୟଶାଳୀ ରହିବ।
ସିଂହ ରାଶି: ଆପଣଙ୍କ ପାଇଁ ବୁଧ ଗୋଚର ଶାନଦାର ରହିବ। ସିଂହ ରାଶିର ଲୋକଙ୍କ ପାଇଁ ଆର୍ଥିକ ସମସ୍ୟା ଦୂର ହେବ। ଅଟକିଥିବା କାର୍ଯ୍ୟ ପୂରଣ ହେବ। ବିଜନେସକୁ ବଢାଇବା ଲାଗି ପ୍ଲାନିଂ କରୁଥିବା ଲୋକଙ୍କ ପାଇଁ ଏହି ସମୟ ଶୁଭ ରହିବ।
କନ୍ୟା: ଏହି ଗୋଚର କନ୍ୟା ରାଶିର ଲୋକଙ୍କ ପାଇଁ ଖୁସି ଆଣିବ। ଏହି ସମୟରେ କନ୍ୟା ରାଶିର ଲୋକେ ନୂଆ ଦାୟିତ୍ୱ ଉଠାଇବାର ସୁଯୋଗ ପାଇବେ। ଜବ୍ ଏବଂ କ୍ୟାରିୟରରେ ନୂଆ ଉଚ୍ଚତା ପ୍ରାପ୍ତ ହୋଇପାରେ।