Meta ବନ୍ଦ କଲା ୮ ବର୍ଷର ପୁରୁଣା ଫ୍ୟାକ୍ଟ ଚେକ୍ ପ୍ରୋଗ୍ରାମ, ଏଥିପାଇଁ ଏଲନ ମସ୍କ ଦାୟୀ ନୁହଁନ୍ତି ତ! ଜାଣନ୍ତୁ
ମେଟା ନିଜ ୮ ବର୍ଷ ପୁରୁଣା ଫ୍ୟାକ୍ଟ ଚେକ ପ୍ରୋଗ୍ରାମକୁ ବନ୍ଦ କରିଛି । ଏହି ନିଷ୍ପତ୍ତି ପଛରେ ଏକ୍ସପର୍ଟ ଫ୍ୟାକ୍ଟ ଚେକରର କିଛି ଅଭାବକୁ କାରଣ ବୋଲି ଦର୍ଶାଇଛି । ଜାଣନ୍ତୁ ମାର୍କ ଏହି ନିଷ୍ପତ୍ତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହ ପୂର୍ବରୁ କାହିଁକି ନେଇଛନ୍ତି..
ନୂଆଦିଲ୍ଲୀ: ମାର୍କ ଜୁକରବର୍ଗଙ୍କ କମ୍ପାନୀ ମେଟା ଫେସବୁକ ଏବଂ ଇନଷ୍ଟାଗ୍ରାମରେ ଥାର୍ଡ ପାର୍ଟି ଫ୍ୟାକ୍ଟ ଚେକିଂ ପ୍ରୋଗ୍ରାମକୁ ବନ୍ଦ କରିବାର ନିଷ୍ପତ୍ତି ନେଇଛି । ମେଟା ନିଜ ବ୍ଲଗ ପୋଷ୍ଟରେ କହିଛି ଯେ, ସେ ନିଜ ଥାର୍ଡ ପାର୍ଟୀ ଫ୍ୟାକ୍ଟ ଚେକିଂ ପ୍ରୋଗ୍ରାମକୁ ବନ୍ କରି ତାକୁ କମ୍ୟୁନିଟି ନୋଟ୍ସ ସିଷ୍ଟମରେ ରିପ୍ଲେସ କରୁଛି । ନୂଆ ମଡେଲର ଆରମ୍ଭ ଆମେରିକାରୁ କରାଯାଉଛି ।
କମ୍ୟୁନିଟି ନୋଟ୍ସ ସିଷ୍ଟମ ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସଫଳତା ଲାଭ କରିଛି । ଆସନ୍ତୁ ଜାଣିବା ମାର୍କଙ୍କ ଏହି ନିଷ୍ପତ୍ତି ପଛରେ ଅସଲ କାରଣ କଣ..
ମାର୍କଙ୍କ ନିଷ୍ପତ୍ତି ପଛରେ ମସ୍କଙ୍କ କାରଣ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦ ଜାନୁ।।ରୀ ଶପଥ ଗ୍ରହଣ ସମାରୋହ । ଏହା ପୂର୍ବରୁ ମାର୍କ ଜୁକରବର୍ଗ ଏହି ନିଷ୍ପତ୍ତି ନେଇଛନ୍ତି । ମେଟା ନିଜ ପୁରୁଣା ଫ୍ୟକ୍ଟ ଚେକିଂ ପ୍ରୋଗ୍ରାମକୁ ହଟାଇ କମ୍ୟୁନିଟି ନୋଟ୍ସ ପ୍ରୋଗ୍ରାମ ଆରମ୍ଭ କରିବ । ଏହି ପ୍ରୋଗ୍ରାମ ୟୁଜର୍ସଙ୍କ ପାଇଁ ନିଆଯାଉଛି । ଏହା ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଭଳି କାମ କରିବ । ମାର୍କଙ୍କ ଏହି ନିଷ୍ପତ୍ତି ଉପରେ ଏଲନ ମସ୍କ ନିଜର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି ।
ମେଟାର ସିଇଓ ମାର୍କ ଜୁକରବର୍ଗ କହିଛନ୍ତି ଯେ, ଏହି ପରିବର୍ତ୍ତନ ପଛରେ ଡୋନାଲ୍ଡ ଟ୍ରମ୍ପଙ୍କ ରାଷ୍ଟ୍ରପତି ନିର୍ବାଚନରେ ବିଜୟ ମଧ୍ୟ ସାମିଲ ଅଛି । ଡୋନାଲ୍ଡ ଟ୍ରମ୍ପ ଆମେରିକା ନିର୍ବାଚନ ମଧ୍ୟରେ ମାର୍କ ଜୁକରବର୍ଗଙ୍କ ଅନେକ ଆଲୋଚନା କରିଥିଲେ । ତାଙ୍କର ଦାବି ରହିଥିଲା ଯେ, ମେଟାରେ କିଛି କଣ୍ଟେଣ୍ଟକୁ ନେଇ ପକ୍ଷପାତ କରାଯାଉଛି ।
ବର୍ତ୍ତମାନ ମେଟାର ଏହି ନିଷ୍ପତ୍ତିରେ ଟ୍ରମ୍ପ ଏବଂ ତାଙ୍କର ସପୋଟର୍ସ ବହୁତ ଖୁସି ହୋଇପାରନ୍ତି । ଟ୍ରମ୍ପ ଏବଂ ମସ୍କଙ୍କୁ ମେଟାର କାର୍ଯ୍ୟ ଶୈଳୀ ପସନ୍ଦ ନଥିଲା ।